ପାଟଣା : ଗାଁକୁ ମୁଖ୍ୟମନ୍ତ୍ରୀ ବସ ସେବା ବନ୍ଦ ଥିବାରୁ ଆଜି ଜାମୁଳେଇବେଡା ନିକଟରେ ଏକ ମୁଖ୍ୟମନ୍ତ୍ରୀ ବସକୁ ବଣମହୁଲଡିହା ଗ୍ରାମର ୨ଶହ ମହିଳା ଅଟକାଇବା ସହ ଗ୍ରାମକୁ ପୁର୍ବ ଭଳି ବସ ଚଳାଚଳ ନକଲେ ବସଟିକୁ ଅଟକ ରଖିବେ ବୋଲି ଧମକ ଦେଇଥିଲେ। ବସଟିକୁ ମହିଳାମାନେ ଅଟକାଇ ରଖିବାରୁ ପାଟଣାରେ ରହୁଥିବା ଏହି ସଂସ୍ଥାର ପରିଦର୍ଶକ ଘଟଣାସ୍ଥଳକୁ ଯାଇ ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ଆଜିଠାରୁ ପ୍ରତ୍ୟହ ବଣମହୁଲଡିହା, ପିଛୁଲାବେଡ଼ା ଓ ରୋହୀଣୀଦୁମା ଦେଇ ବସ ପୂର୍ବ ଭଳି ଚାଲିବା ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ମହିଳାମାନେ ବସଟିକୁ ଛାଡିଥିବା ଜଣାପଡ଼ିଛି।
Popular Categories



