www.samajalive.in
Sunday, December 14, 2025
17.1 C
Bhubaneswar

ରାଇକିଆ ଲଣ୍ଡା ପାହାଡ଼ରେ ସମୂହ ବୃକ୍ଷ ରୋପଣ 

ରାଇକିଆ : ରାଇକିଆ ବନାଞ୍ଚଳ ପକ୍ଷରୁ ଶୁକ୍ରବାର ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଛି। ଏହି ଅବସରରେ କିଲୁଣ୍ଡି ଲଣ୍ଡା ପାହାଡ଼ରେ ସମୂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପାହାଡ଼ରେ ୧୦  ହଜାର ହେକ୍ଟର ଜମିରେ ୧୬ ହଜାର ବିଭିନ୍ନ ଉପକାରୀ ଚାରା ରୋପଣ କାର୍ଯ୍ୟ ଆଜି ଠାରୁ ଆରମ୍ଭ କରାଇଛି। ଏହି ପାହାଡ଼କୁ ସମ୍ପୁର୍ଣ୍ଣ ଭାବେ ସବୁଜମୟ କରିବା ଲକ୍ଷ୍ୟ ରଖି ପ୍ରୟାସ ଆରମ୍ଭ ହୋଇଛି। ବନାଞ୍ଚଳ ଅଧିକାରୀ ଯୁଧିଷ୍ଠିର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ଡିଏଫ୍‌ଓ ପ୍ରତାପ କାଟାପଲି, ରାଇକିଆ ସମିତି ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର, ବିଧାୟକ ପ୍ରତିନିଧି ତାରିଣୀ ପରିଚ୍ଛା ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ପରିବେଶ ସୁରକ୍ଷା, ସଚେତନତା ଦିଗରେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ କଲେଜ ଛାତ୍ରୀ ଛାତ୍ରଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଏକ ଟଙ୍କାରେ ଚାରା ବିତରଣ ପାଇଁ ବ୍ୟବହୃତ ଯାନର ଶୁଭାରମ୍ଭ କରଯାଇଥିଲା। ଏହି ଯାନ ପ୍ରତ୍ୟେକ ଅଞ୍ଚଳରେ ପହଞ୍ଚି ମାତ୍ର ଏକ ଟଙ୍କା ମୂଲ୍ୟରେ ଚାରା ବିକ୍ରୟ କରିବା ସହ ବୃକ୍ଷ ରୋପଣ ପାଇଁ ସଚେତନତା ସୃଷ୍ଟି କରିବ। କାର୍ଯ୍ୟକ୍ରମରେ ବନପାଳ ଉତ୍ସ କହଁର, ବନରକ୍ଷୀ ଅଙ୍ଗଦ ଦିଗାଲ, ଲିଲି ମଲ୍ଲିକ, ମୁକ୍ତାଞ୍ଜଳି ବେହେରା, ଉର୍ସିଲା ପ୍ରଧାନ, ଟିଏଲ ସଞ୍ଜୟ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories