ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମରେ ବସୁନ୍ଧରା ଯୋଜନାରେ ପିଇବା ପାଣି ଯୋଗାଇ ଦିଆଯାଉଛି। କିନ୍ତୁ ଦୁଃଖର ବିଷୟ ଆଜକୁ ୧ ମାସ ହେବ ଜଳ ଯୋଗାଣ ବନ୍ଦ ଥିବାରୁ ପାନୀୟ ଜଳ ଅଭାବରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ସୂଚନା ଅନୁଯାୟୀ ଗୁଳୁଦିପଶି ଗ୍ରାମରେ ଥିବା ବସୁନ୍ଧରା ଯୋଜନାରେ କିଛି ବର୍ଷ ହେବ ପିଇବା ପାଣି ଠିକଠାକ ରେ ମିଳୁଥିଲା। ଆଜକୁ ୧ ମାସ ହେବ ଲୋକେ ପାଣି ପାଉନଥିବାରୁ ଏହି ଅଭିଯୋଗ ସରପଞ୍ଚକୁ ଜଣାଇଥିଲେ। ସରପଞ୍ଚ ଯାଇ ଦେଖିବା ପରେ ଯଥା ଶିଘ୍ର ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ୧ ମାସରୁ ଅଧିକ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ପାଣି ପହଂଚି ପାରିଲା ନାହିଁ। ଏବେ ବର୍ଷା ଦିନ ହୋଇଥିବାରୁ ହଇଜା ଭଳି ମାରାତ୍ମକ ରୋଗ ବ୍ୟାପିବା ସମ୍ଭାବନା ଥିବାରୁ ତୁରନ୍ତ ଶୁଦ୍ଧ ପାନୀୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Popular Categories



