ପାଟଣା : ଦେଢ଼ ମାସରୁ ଅଧିକ ସମୟ ହେବ ସରକାର ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ଶ୍ୟାମ ସୁନ୍ଦର ଟୁଡୁଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଅନ୍ୟ କୌଣସି ଡାକ୍ତରଙ୍କୁ ଦିଆ ଯାଇନାହିଁ କିମ୍ବା କ୍ଷମତା ମଧ୍ୟ କାହାରିକୁ ଦିଆଯାଇନାହିଁ । ଫଳରେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି କର୍ମଚାରୀ। ଏପର୍ଯ୍ୟନ୍ତ କାହାରିକୁ ଦରମା ମିଳି ନାହିଁ ଏପରିକି ସ୍ୱାସ୍ଥ୍ୟ କେନ୍ଦ୍ରର ଦୈନନ୍ଦିନର ଖର୍ଚ୍ଚ ମଧ୍ୟ ହୋଇପାରୁ ନାହିଁ । ଏପଟେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି ବହୁ ଅବହେଳିତ ହୋଇ ରହିଛି । ଦୀର୍ଘ ଦିନ ଧରି ଏଠାରେ ଡାକ୍ତର ନ ଥିଲେ, ଏବେ ୪ ଜଣ ଡାକ୍ତର ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କ ପାଇଁ କ୍ୱାଟର ନଥିବାରୁ ସେମାନେ କେନ୍ଦୁଝରରେ ରହି ଯିବା ଆସିବା କରୁଛନ୍ତି । ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭେଷଜ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ଲେଖାଏଁ ବିଶେଷଜ୍ଞ ଡାକ୍ତର ରହିବାର ନିୟମ ଥିଲେ ମଧ୍ୟ ଉକ୍ତ ଡାକ୍ତରଖାନାକୁ ଜୀବନରେ କେବେ କୌଣସି ସରକାର ବିଶେଷଜ୍ଞ ଡାକ୍ତର ଦେଇ ନାହାନ୍ତି । ସିଡିଏମଓ ଡାକ୍ତର ବି ବି ମିଶ୍ରଙ୍କୁ ପଚରା ଯିବାରେ ସରକାର ଡାକ୍ତର ନ ଦେଲେ ସେ କ’ଣ କରିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।
Popular Categories



