www.samajalive.in
Sunday, December 14, 2025
14.1 C
Bhubaneswar

ସ୍ଵର୍ଣ୍ଣ ପଦକ ହାସଲ କଲେ କବି ଡଃ. ନୃସିଂହାନନ୍ଦ ମହାପାତ୍ର

ଫୁଲବାଣୀ : ଫୁଲବାଣୀ କବି ଡଃ. ନୃସିଂହାନନ୍ଦ ମହାପାତ୍ର ପ୍ରଥମ ଥର ପାଇଁ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ବିଶ୍ଵ କବି ସଂଗଠନ ଇଟାଲୀ ପାର୍ଲିଆମେଣ୍ଟ ତରଫରୁ ତାଙ୍କର ଉଚ୍ଚ କୋଟିର ଭାରତୀୟ ଦର୍ଶନଶାସ୍ତ୍ର ଓ ବେଦାନ୍ତ ସାର ଆଧ୍ୟାତ୍ମିକ ପୁସ୍ତକ ପାଇଁ ବିଶ୍ଵ କବି ସଂଗଠନ, ଇଟାଲୀ ତରଫରୁ ତାଙ୍କୁ ସ୍ଵର୍ଣ୍ଣ ପଦକ “ବିଶ୍ଵ କବି” ଭାବେ ପ୍ରଦାନ କରାଯାଇଛି। ତାଙ୍କର କୃତୀତ୍ଵ ଆଗାମୀ ଯୁବପିଢିମାନଙ୍କୁ ପ୍ରେରଣା ଦାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କର ଆଧ୍ୟାତ୍ମିକ ଗୁରୁ କୈଳାସ ଆଶ୍ରମର ମହା ମଣ୍ଡଳେଶ୍ଵର କାଶୀକାନନ୍ଦ ଜୀ ମହାରାଜଙ୍କୁ ଶ୍ରେୟ ଦେଇଛନ୍ତି । ଡଃ. ମହାପାତ୍ରଙ୍କର ପରିଶ୍ରମ ଓ ନିଷ୍ଠା ବଳରେ ସେ ଆଜି ସାରା ବିଶ୍ଵରେ ନିଜର ନାମକୁ ସାର୍ଥକ କରି ପାରିଛନ୍ତି । ଶ୍ରୀ ମହାପାତ୍ର ଭାରତୀୟ ଦର୍ଶନ ଶାସ୍ତ୍ର ପ୍ରତି ଗଭୀର ଅଧ୍ୟୟନ କରି ଅଦ୍ୟାବଧି ୫୨ ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଓଡିଶାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଓ ସଂଗଠନ ଏବଂ ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବର୍ତ୍ତମାନ ଡଃ. ମହାପାତ୍ର ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ତାଲିମ ପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ଏହି ସଫଳତା ପଛରେ କମଳା ସାହିତ୍ୟ ପ୍ରକାଶନୀ ଅନୁଷ୍ଠାନର ସଭାପତି ରାମକୃଷ୍ଣ ବେହେରା, ଜିଲ୍ଲା ଲେଖକ ସାମୁଖ୍ୟ ଫୁଲବାଣୀର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ ଦେଇଥିବାରୁ ଡଃ. ମହାପାତ୍ର ଧନ୍ୟବାଦ ଦେଇଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories