ପାଟଣା : ପାଟଣା ବଜାର ମୁଖ୍ୟାଳୟ ସାଧୁପଡା ଛକରେ ଥିବା ଅରବିନ୍ଦ ଦାଶଙ୍କ ଧାନ ଗୋଦାମରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଯାଇଛି । ଆଜବେଷ୍ଟସ ତାଡ଼ି ଦୋକାନ ଘର ଭିତରେ ଚୋର ପଶି ନଗଦ ୨୦ ହଜାର ଟଙ୍କା ନେଇଥିବା ଅରବିନ୍ଦ ଦାଶ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ଅଭିଯୋଗ ପାଇ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଳ , ଏସ ଆଇ ଲକ୍ଷ୍ମଣ ମାଝୀ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ପାଟଣା ଅଞ୍ଚଳରେ ପେଟ୍ରୋଲିଂ ହେଉଥିଲେ ମଧ୍ୟ ପାଟଣା ବଜାର ଅଞ୍ଚଳରେ ଚୋରି ବଢ଼ିବାରେ ଲାଗିଛି। ଚୋର ମାନେ ଭୟ ନକରି ଚୋରି କରୁଥିବାରୁ ପୁଲିସକୁ ଏହା ଚାଲେଞ୍ଜ ହୋଇଛି। ସୂଚନା ଯୋଗ୍ୟ ଯେ ଟଙ୍କା ରହିଥିବା ସ୍ଥାନରେ ଲ୍ୟାପଟପ୍ ଓ ଆଗରୁ ଦସ୍ତଖତ ହୋଇଥିବା ଚେକ୍ ବୁକ୍ ରହିଥିଲେ ମଧ୍ୟ ଚୋର ଏହାକୁ ନେଇନଥିବା ରୁ ଏହି ଚୋରି ଘଟଣାରେ ଆଖ ପାଖ ଗ୍ରାମର ଚୋର ସାମିଲ ଥିବା ସନ୍ଦେହ କରାଯାଉଛି।
Popular Categories



