www.samajalive.in
Saturday, December 6, 2025
23.1 C
Bhubaneswar

କର୍ମ କ୍ଷେତ୍ରରେ ତାଲିମର ସୁବିନିଯୋଗ କଲେ ବିଭାଗର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ 

ଜି ଉଦୟଗିରି : ସ୍ଥାନୀୟ ବନପାଳ ତାଲିମ୍ କେନ୍ଦ୍ର ପରିସରରେ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ବ୍ରହ୍ମପୁର ମଣ୍ଡଳ ବିଶ୍ଵନାଥ ନିଲାନବରଙ୍କ ଅଧକ୍ଷତାରେ ଆୟୋଜିତ ୫୮ତମ ସମାବର୍ତ୍ତନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଫୁଲବାଣୀ ପ୍ରଶାନ୍ତ କୁମାର ପଟେଲ ଯୋଗଦେଇ ତାଲିମ କେନ୍ଦ୍ରରୁ ତାଲିମ ନେଇ ନିଜ କର୍ମ କ୍ଷେତ୍ରରେ ସୁବିନିଯୋଗ କଲେ ବିଭାଗର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଏଥି ସହିତ ବନପାଳଙ୍କ ଦାୟୀତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ଏହାକୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବରୁ ଉପ ବନସଂରକ୍ଷକ ଦିବାକର ବେହେରା ସ୍ୱାଗତ ଭାଷଣ ପ୍ରଦାନ ସହ ବିବରଣୀ ପାଠ କରିଥିଲେ। ପରେ ତାଲିମ ରେ ଭାଗ ନେଇ ଥିବା ୫୪ ଜଣଙ୍କୁ ମାନପତ୍ର ସହ ମେଡାଲ ପ୍ରଦାନ କରଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବନ ସଂରକ୍ଷକ ସେତଲିନା ସାହୁ ଓ କଳ୍ପନା ନାୟକ ଉପସ୍ଥିତ ଥିବା ବେଳେ କାର୍ଯକ୍ରମ ପରିଚାଳନାରେ ବନପାଳ ଶଙ୍କର ପଣ୍ଡା ଓ ବନରକ୍ଷୀ ପ୍ରଭାତ ପଣ୍ଡା ସହଯୋଗ କରିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories