www.samajalive.in
Saturday, December 6, 2025
16.1 C
Bhubaneswar

ବିଭିନ୍ନ ଅଞ୍ଚଳରେ ପବନ ସହ ପ୍ରବଳ ବର୍ଷା

ଫୁଲବାଣୀ  : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ପବନ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଗଛ ପଡିବା ସହ ଯାତାୟତ ମଧ୍ୟ ବାଧା ପ୍ରାପ୍ତ ହୋଇଛି । ଦିନ ତମାମ ପ୍ରବଳ ଖରା ହୋଇଥିବା ବେଳେ ଅପରାହ୍ନ ୩ଟା ପରେ ପ୍ରବଳ ଘଡଘଡି ବିଜୁଳି ସହ ପବନ ବହି ବର୍ଷା ହୋଇଥିଲା । ବର୍ଷାରେ ଭୃଙ୍ଗି ଯୋଡି ପଞ୍ଚାୟତର କଡୁରାହା ଗାଁ ରାସ୍ତାରେ ପ୍ରବଳ ବର୍ଷା ପବନରେ ଗଛ ଭାଙ୍ଗି ପଡିବାରୁ ତଳେ ରଖାଯାଇଥିବା ଡାଲା ବୋଲେରୋରେ ପଡିଥିଲା । ଗଛ ପଡିବା ଦ୍ୱାରା ଡାଲା ଗାଡିର କିଛି ଭାଙ୍ଗି କ୍ଷତି ହୋଇଥିଲା । ପରେ ଗାଁ ଲୋକେ ଫିରିଙ୍ଗିଆ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିବା ପରେ ଘଟଣାସ୍ଥଳରେ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟିବା ସହ ଗାଡିକୁ ବାହାର କରିଥିଲେ । ତେବେ ଦୀର୍ଘ ୩ ଘଣ୍ଟା ଅକ୍ଲାନ୍ତ ଚେଷ୍ଟା ପରେ ରାସ୍ତା ଏବଂ ଗାଡି ଉପରୁ ପଡ଼ିଥିବା ଗଛ କୁ ସଫା କରାଯାଇଥିଲା । ଫିରିଙ୍ଗିଆ ଅଗ୍ନିଶମ ବାହିନୀର ଅଧିକାରୀ ସରୋଜ କୁମାର ମହାପାତ୍ରଙ୍କ ସହ ହାବିଲଦାର ବିଜୟନନ୍ଦ ଭୋଳ, ସାଗର ଜେନା, ରାମକୃଷ୍ଣ ସ୍ୱାଇଁ, ଲକ୍ଷ୍ମୀଧର ସାହୁ, କାନ୍ହୁ ପାତ୍ର ଗାଁ ଲୋକଙ୍କ ସହାୟତାରେ ଗଛ କାଟି ସଫା କରିଥିଲେ ।

ଦାର୍ଜିଲିଂରେ ଚମକିଲେ କେନ୍ଦୁଝରର ଝିଅ

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories