www.samajalive.in
Saturday, December 6, 2025
14.1 C
Bhubaneswar

ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ, ଘର ପୋଡ଼ି ନଷ୍ଟ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଇନ୍ଦ୍ରାକ୍ଷୀ ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରାକ୍ଷୀ ଗ୍ରାମରେ ଆଜି ଭୋର୍ ୪ ଟା ବେଳେ ଘରେ କେହି ନଥିବାବେଳେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଘର‌ ପୋଡ଼ି ନଷ୍ଟ ହେବା ସହ ପରିସରରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ଗ୍ରାମର ଜି ରାଜେଶ୍ବରୀ ରେଡ୍ଡୀ ଏକୁଟିଆ ସାନ ଝିଅ ସହ ଉକ୍ତ ଭଙ୍ଗା ଦଦରା ଆଜବେଷ୍ଟସ ଘରେ ରହୁଥିବାବେଳେ ଗତ କିଛି ଦିନ ହେବ ରାତିରେ ପଡ଼ୋଶୀ ଘରେ ରହୁଥିବା ଜଣେ ସମ୍ପର୍କୀୟ ଘରେ ରହି ଆସୁଥିଲେ। ସବୁଦିନେ ପରି ଗୁରୁବାର ରାତିରେ ମଧ୍ୟ ପଡ଼ୋଶୀ ଘରେ ଶୋଇଥିବା ବେଳେ ରାତି ୩ ଟା ବେଳେ ଘରୁ ଧୂଆଁ ବାହାରୁଥିବା  ଦେଖି ରାଜେଶ୍ବରୀଙ୍କୁ ଖବର ଦେଇଥିଲେ। ଏହି ସମୟରେ ରାଜେଶ୍ବରୀ ଘରେ ନଥିଲେ । ଖବର‌ପାଇ ଘରେ ପହଞ୍ଚିବା ସମୟରେ ସବୁ ସାମଗ୍ରୀ ପୋଡି ଛାରଖାର ହୋଇଯାଇଥିଲା। ସାହି ବାସିନ୍ଦା ନିଆଁକୁ ଆୟତ୍ତ କରିଥିଲେ। ଆଜି ସକାଳେ ଘଟଣା ନେଇ ବ୍ଲକ ପ୍ରଶାସନକୁ ଅବଗତ ପରେ ସରପଞ୍ଚ ଯଶୋବନ୍ତୀ ସେଠୀ ପହଞ୍ଚି ରାଜେଶ୍ବରୀଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆବାସ ଯୋଜନାରେ ଘର ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories