ଜି ଉଦୟଗିରି : ଉତ୍ତର ଘୁମୁସର ବନଖଣ୍ଡର ନୂତନ ହାତୀପଲରୁ ଖସି ଆସିଥିବା ରକ୍ତ ମୁଖା ଦନ୍ତା ରବିବାର ସାମନ୍ତ ଦିଗାଲଙ୍କୁ କଚାଡି ଫିଙ୍ଗି ଫୋପାଡ଼ି ମାରିଥବାବେଳେ ସୋମବାର ଭୋରରେ ଜି ଉଦୟଗିରି ସେକ୍ସନ ଅନ୍ତର୍ଗତ ଗ୍ରେସିଁଗିଆ ପଞ୍ଚାୟତ ସ୍ଥିତ କାକାମହାରେ ପଞ୍ଚୁ ପ୍ରଧାନଙ୍କ ପାଳଗଦା ଭାଙ୍ଗି ସେଠି ବନ୍ଧା ହୋଇଥିବା ବଳଦକୁ କଚାଡି ମାରିଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ସମ୍ପୃକ୍ତ ଅଞ୍ଚଳର ସମାଜସେବୀ ଅମନ ନାୟକଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ ମିଶି ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ। ଖବର ପାଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ପ୍ରଧାନ,ତହସିଲଦାର ରଞ୍ଜନ କୁମାର ସାହୁ, ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି, ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ, ସହକାରୀ ବନ ସଂରକ୍ଷକ କାଜଲ ନାୟକ, ସମାଜସେବୀ ପ୍ରତାପ ପ୍ରଧାନ, ଫିରୋଜ ଦିଗାଲ, ମାନଗୋବିନ୍ଦ ପ୍ରଧାନ ଓ ଗଣମାଧ୍ୟମ ପ୍ରତିନିଧି ରାମକୃଷ୍ଣ ଚୌଧୁରୀ, ଅରୁଣ କୁମାର ଷଡ଼ଙ୍ଗୀ, ଚିନ୍ମୟ ସେଠୀ, ଏନ୍ ରାଜା ରାଓ, ଗଗନ ପ୍ରଧାନ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯିବା ସହ ବନବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀର ତାର ସହ ଚିନ୍ତା କରି ଫୁଲବାଣୀ, ଫିରିଙ୍ଗିଆ, ଟିକାବାଲି ଓ ରାଇକିଆ ବନାଞ୍ଚଳ ଅଧିକାରୀଙ୍କୁ ନେଇ ୪/୬ ଟିମ୍ କରି ଘଉଡାଇବା ସହ ଧନ ଜୀବନ ସୁରକ୍ଷା କରାଯିବା ସହ ଆବଶ୍ୟକସ୍ଥଳେ ତ୍ରାଙ୍କୁଲାଇଜ୍ କରାଯିବା ନେଇ ବିଚାର ବିମର୍ଷର ପ୍ରତିଶ୍ରୁତି ପରେ କାର୍ଯ୍ୟାଳୟ ଘେରାଉରୁ ଓହରିଥିଲେ।
Popular Categories



