www.samajalive.in
Saturday, December 6, 2025
19.1 C
Bhubaneswar

ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର

ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ପଞ୍ଚାୟତର ମାଦେଳା ଗହୀର ନିକଟରେ ବୁଧଙ୍ଗ କେନାଲ ଉପରେ ନିର୍ମିତ ରେଳପୋଲ ଉପରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଟ୍ରେନ ଧକ୍କାରେ ଏକ ଟ୍ରାକ୍ଟର ଚୁରମାର ହୋଇଯାଇଛି। ସାକ୍ଷୀଗୋପାଳ ରେଳ ଷ୍ଟେସନ ଓ ବୀର ପୁରୁଷୋତ୍ତମପୁର ରେଳ ଷ୍ଟେସନ ମଧ୍ୟବର୍ତ୍ତି ଅଞ୍ଚଳରେ ଅବସ୍ଥିତ ଏହି ମାଦେଳା ପୋଲ ନିକଟରେ ଏକ ଟ୍ରାକ୍ଟର ରେଳ ଧାରଣା ପାର ହେବା ସମୟରେ ରେଳ ଧାରଣା ପାର୍ଶ୍ୱରେ ପାଇପ ଲାଇନ ପକାଇବା ନିମନ୍ତେ ଖୋଳା ଯାଇଥିବା ଗର୍ତ୍ତରେ ପଡ଼ିଯାଇଥିଲା। ଅପରାହ୍ନ ୩ଟା ୧୬ମିନିଟରେ ପୁରୀରୁ ଆସୁଥିବା ପୁରୀ-ବୈଦ୍ୟନାଥ ଧାମ ଏକପ୍ରେସ ଟ୍ରେନ ରେଳ ଧାରଣା ଉପରେ ଅଟକି ରହିଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଟ୍ରାକ୍ଟର ଆଗଚକ ଦ୍ବୟ ଓ ଟ୍ରାକ୍ଟର ଇଞ୍ଜିନ ପ୍ରାୟ ୨୦୦ ମିଟର ଦୂରରେ ପଡିଥିଲା। ଟ୍ରେନ ଚାଳକ ରେଳ ଧାରଣା ଉପରେ ଟ୍ରାକ୍ଟରଟିକୁ ଦେଖି ଟ୍ରେନର ଗତି କମାଇ ଦେଇଥିଲେ। ଯାହାଫଳରେ ଟ୍ରେନଟି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା।

ଖବର ପାଇ ରେଳବାଇ ଥାନା, ପୁରୀ ଆଇଆଇସି ହରିଦର୍ଶନ ଶର୍ମା, ଏସଆଇ ସ୍ମୃତିରେଖା ଦତ୍ତ, ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର, ଖୋର୍ଦ୍ଧା ପ୍ରେମଦୀପ ସଞ୍ଜୟ ଓ ଜିଆରପି ଥାନା ଆଇଆଇସି ସନ୍ତୋଷ କୁମାର ବାହିନୀପତିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ଦୁର୍ଘଟଣା ସମ୍ପର୍କରେ ଉପସ୍ଥିତ ସ୍ଥାନୀୟ ଜନସାଧାରଣଙ୍କୁ ପଚରା ଉଚରା କରିଥିଲେ। ଏକ ଜେସିବି ସାହାଯ୍ୟରେ ଦୁର୍ଘଟଣା ସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟିକୁ ସ୍ଥାନାନ୍ତର କରିଥିଲେ। ଏହି ଦୁର୍ଘଟଣାରେ ଟ୍ରେନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ରେଳବାଇ ଥାନା, ପୁରୀ ଆଇଆଇସି ହରିଦର୍ଶନ ଶର୍ମା ପ୍ରକାଶ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories