ପାଟଣା: ଖରିଫ ଋତୁ ଚାଷ ସମୟରେ ଚାଷୀମାନଙ୍କର ସାରର ଚାହିଦା ରହିଥିବାବେଳେ ଚଢ଼ା ଦରରେ କଳାବଜାରରେ ସାର ବିକ୍ରୟକୁ ରୋକିବା ପାଇଁ ସୋମବାର ଜିଲ୍ଲା କୃଷି ବିଭାଗ ପକ୍ଷରୁ ସାହାରପଡା ଅଞ୍ଚଳରେ ତଦନ୍ତ କରାଯାଇଛି। ଏହି ତଦନ୍ତରେ କୃଷି ଜିଲ୍ଲା ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କ ନେତୃତ୍ୱରେ ସାହାରପଡା ଅଞ୍ଚଳରେ ଥିବା ବେସରକାରୀ ସାର ବିକ୍ରୟ କେନ୍ଦ୍ରଗୁଡିକରେ ତଦନ୍ତ କରାଯାଇଥିଲା। ଏହି ସାର ବିକ୍ରୟ କେନ୍ଦ୍ରମାନଙ୍କଠାରୁ ସାର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଥିବା ବେଳେ ସାରର ମାନ ମଧ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି। ତଦନ୍ତରେ ସାହାରପଡା ବ୍ଲକ କୃଷି ଅଧିକାରୀ ତନୟା ସାହୁ ଓ ସହକାରୀ କୃଷି ଅଧିକାରୀ ପ୍ରଜ୍ଞା ପରମିତା ଜେନା ପ୍ରମୁଖ ସାମିଲ ରହିଥିଲେ।
Popular Categories



