www.samajalive.in
Friday, December 5, 2025
26.1 C
Bhubaneswar

ବିଇଓ କାର୍ଯ୍ୟାଳୟ ଚାରିପାଖରେ ଏମିତି ଅବସ୍ଥା – ରାତିରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ଲଡୁଗାଁ- କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନସ୍ଥ ଅନେକ ବିଦ୍ୟାଳୟରେ ଗତ କିଛି ବର୍ଷ ମଧ୍ୟରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଥିଲା । ସ୍ମାର୍ଟ କ୍ଲାସରୁମ୍ ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ଉନ୍ନତି କରାଯାଇଥିଲା ।
ମାତ୍ର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିଦ୍ୟାଳୟ ଗୁଡ଼ିକ ଚକାଚକ୍ ଥିବା ବେଳେ ମୁଖ୍ୟାଳୟ ପରିସର ଚାରିପଟ ଆବର୍ଜନାରେ ପୂର୍ଣ୍ଣ । ଏହାର ପରିସର ଅନାବନା ଗଛରେ ପୂର୍ଣ୍ଣ ହେବା ସହ ଅନେକ ମଦ ବୋତଲ ପଡି ରହିଛି । ସ୍ଥାନୀୟ ଲୋକ ଏହାକୁ ଅପସନ୍ଦ କରିବା ସହ ବିଭିନ୍ନ ଅଭିଯୋଗ କରୁଛନ୍ତି ।
ଏବେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଶିକ୍ଷା ବିଭାଗରେ ପୁର୍ବରୁ ଉପଖଣ୍ଡ ସ୍ତରରେ ଡି ଆଇ ଓ ବ୍ଲକ ସ୍ତରରେ ଏସ ଆଇ ନିଯୁକ୍ତ ଥିଲେ ଆନୁଷଙ୍ଗିକ ବ୍ୟବସ୍ଥାରେ ବ୍ୟାପକ କରିବା ପାଇଁ ବର୍ତ୍ତମାନ ସମୟରେ ଶିକ୍ଷା ବ୍ୟବସ୍ଥା କ୍ରିୟାଶୀଳ ଓ ବିଧି ବ୍ୟବସ୍ଥା ତଦାରଖ କରିବାକୁ ବୃଦ୍ଧି କରିବା ପାଇଁ ବ୍ଲକରେ ବି ଇ ଓ , ଏ ବି ଇ ଓ ଦାୟିତ୍ଵ ବହନ କଲେ । ଯେଉଁ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରଖି ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଗଲା ବାସ୍ତବରେ ଏଠି କିନ୍ତୁ ତାହା ସଂପୂର୍ଣ୍ଣ ଓଲଟା । ଶିକ୍ଷା ଓ ଶୈକ୍ଷିକ ବାତାବରଣ ସମ୍ପୂର୍ଣ୍ଣ ନଷ୍ଟ ହେଉଥିବା ପରିଲକ୍ଷିତ ହେଉଛି । କେବଳ ଯେ କାର୍ଯ୍ୟାଳୟ ନୁହଁ ଗୋଟିଏ ପରିସରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାଳିକା ପ୍ରାଥମିକ ବିଦ୍ୟାଳୟ ସମେତ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି।

ଏହି କାର୍ଯ୍ୟାଳୟ ପରିସର ଦେଇପ୍ରତିଦିନ ଉଭୟ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ଯିବା ଆସିବା କରନ୍ତି । ଏଥିସହ କୁନି କୁନି ଅଙ୍ଗନୱାଡ଼ି ପିଲା ବାହାରେ ଖେଳନ୍ତି । ଏଠାରେ ମଶା ମାଛି, ସାପଙ୍କ ସହଅନ୍ୟଜୀବ ବାସ କରୁଥିବା ଅଭିଯୋଗ ହୋଇଛି । ଅଫିସ ଚାରିପଟେ ଘାସ ବୁଦା ବଢୁଥିବା କୌଣସି କର୍ମଚାରୀ ତ ଛାଡ଼ନ୍ତୁ ଅଧିକାରୀଙ୍କ ଦୃଷ୍ଟି ମଧ୍ୟ ପଡୁ ନ ଥିବା ଗ୍ରାମବାସୀମାନେ ଅଭିଯୋଗ କହିଛନ୍ତି । ଏ ସମ୍ପର୍କରେ ବି ଇ ଓ ମହେଶ ଭାଟି ଙ୍କୁ ପଚାରିବାରୁ ପରିସର ପାଇଁ ପାଚେରୀ ନାହିଁ , ଯାହା ଫଳରେ ଅସାମାଜିକ ଙ୍କ ପ୍ରବେଶ ଓ ଅଫିସ୍ ବି ଭଙ୍ଗା ଦଦରା ହୋଇ ପଡିଛି ଅଫିସ୍ ରେ ଗୋଟିଏ ମାତ୍ର ଝାଡୁଦାର ରହିଛି ବୋଲି ସେ କହିଛନ୍ତି । ମାତ୍ର କାର୍ଯ୍ୟାଳୟ ପରିସରର ଉନ୍ନତି ପାଇଁ କୌଣସି ଉଦ୍ୟମ ହେଉ ନଥିବା ଅଭିଯୋଗ ହୋଇଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories