ପାଟଣା : ଦୁଇ ଦିନ ତଳେ ପ୍ରଶାସନ ତରଫରୁ ପାଟଣା ବଜାର ଅଞ୍ଚଳରୁ ଜବରଦଖଲ ଉଛେଦ ହୋଇଥିବା ବେଳେ ଏହା ପରେ ସାହାରପଡାର ପାଳି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସାହାରପଡା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ରାସ୍ତା କାମ ଅବଶ୍ୟ ସରିଯାଇଛି ମାତ୍ର ଡ୍ରେନ କାମ ଅଧାରୁ ଅଟକି ରହିଛି । ରାସ୍ତାର ଗୋଟିଏ ପଟେ ଡ୍ରେନ ତିଆରି ହୋଇଛି । ମାତ୍ର ଡ୍ରେନ ଉପରେ ଦୋକାନ ତିଆରି କରା ଯାଇଥିବାରୁ ଡ୍ରେନ ସମ୍ପୂର୍ଣ ଦୋକାନୀ ମାନଙ୍କ ଜବର ଦଖଲରେ ରହିଛି । କିଛି ଦୋକାନ ମଧ୍ୟ ରାସ୍ତା ଉପରେ ରହିଛି । ଦୋକାନକୁ ଆସୁଥିବା ଗ୍ରାହକ ମାନେ ବାଇକ ଏବଂ ହାଲୁକା ଜାନ ଗୁଡିକ ରାସ୍ତା ଉପରେ ରଖି କିଣାକିଣି କରୁଛନ୍ତି । ଫଳରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଦୁର୍ଘଟଣା ଘଟୁଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁ ନାହିଁ । ଅନ୍ୟ ପଟ ରାସ୍ତା ଉପରେ ଆଦୌ ଡ୍ରେନ ହୋଇ ନ ଥିବାରୁ ରାସ୍ତା ଉପରେ ପାଣି ଜମି ରହୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।
Popular Categories



