www.samajalive.in
Saturday, December 6, 2025
15.1 C
Bhubaneswar

ଡ୍ରେନ୍ ପାଲଟିଛି ମଶାଙ୍କ ଘର, ହଇରାଣ ହେଉଛନ୍ତି ସାଧାରଣ ନାଗରିକ

ରଣପୁରଗଡ : ଗ୍ରାମ ପଞ୍ଚାୟତ ସହରୀକରଣ ହେଲେ ସାଧାରଣ ଜୀବନ ଜୀବିକାରେ ଉନ୍ନତି ହେବା ସହ ପରିମଳ ବ୍ୟବସ୍ଥାରେ ଉନ୍ନତି ହେ।ଇଥାଏ। ଅନେକ ସମୟରେ କାଉନସିଲର ମାନଙ୍କ ମଧ୍ୟରେ ରାଜନୈତିକ ଛକା ପଞ୍ଚା ଲାଗି ରହିଲେ ବିକା ରେ ବାଧା ସୣଷ୍ଟି ହୁଏ। ଯାହା ଫଳରେ ବିଜ୍ଞାପିତ ଅଞ୍ଚଳ ବାସିନ୍ଦାମାନେ ହଇରାଣ ହରକତ ହେ।ଇଥାନ୍ତି। ସେଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ। କାଉନସିଲରମାନେ ବିକାଶକୁ ପଛରେ ପକାଇ ଗୋଡ଼ ଟଣାଟଣିରେ ବ୍ୟସ୍ତ ଥିବାବେଳେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେ।ଇପଡିଛି। ଯାହା hnjs ସାଧାରଣ ବାସିନ୍ଦାମାନେ ନାରଖାର ହେଉଥିବା ଅଭିଯୋଗ ହେଉଛି। ପନ୍ଦରଟି ୱାର୍ଡ ମଧ୍ୟରୁ ଅନେକ ସ୍ଥାନରେ ଡ୍ରେନ ଅଧାପନ୍ତରିଆ ହୋଇପଡିରହିଛି। ଯେଉଁ ସ୍ଥାନ ମାନଙ୍କରେ ଡ୍ରେନ ଉପରେ କଭର ନାହିଁ ସେଠାରେ ବୁଲା ଗାଈ ଗୋରୁ ପଡି ଜୀବନ ଯାଉଛି।

ଯେଉଁ ସ୍ଥାନରେ ଡ୍ରେନ ଅଛି ସଫା ହେଉ ନଥିବାରୁ ପାଣି ଯିବାକୁ ରାସ୍ତା ନାହିଁ। ପଞ୍ଚୁଦେ।ଳ ପଡିଆ ଭଳି ଅନେକ ସ୍ଥାନରେ ପାଇଖାନା ମଳ ଡ୍ରେନକୁ ଛାଡିବା ଯୋଗୁଁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଡ୍ରେନ ମଶାଙ୍କ ଘର ପାଲଟିଛି। ଯାହା ଫଳରେ ଲୋକମାନେ ମଶା ଜନିତ ରେ।ଗରେ ପଡୁଛନ୍ତି। ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଡ୍ରେନରେ ମଶାମରା ତେଲ ପଡୁନାହିଁ କି ମଶା ଧୂଆଁ ଦିଆଯାଉନାହିଁ। ପରିମଳ ଦାୟିତ୍ୱରେ ଥିବା ନିରୀକ୍ଷକ ସୁଜିତ କୁମାର ସେଠୀ କୁହନ୍ତି ମଶା ଧୂଆଁ ଦେବା ପାଇଁ ଗୋଟିଏ ମେସିନ ଆସିଛି। ମଶା ତେଲ ଧୂଆଁ ଅଧଘଣ୍ଟା ଦେବା ପରେ ମେସିନ ଗରମ ହେ।ଇଯାଉଛି। ଆଉ ଅଧିକ ମେସିନ ଆସିଲେ ସାତ ଦିନରେ ଥରେ ଦୁଇଥର ସବୁ ୱାର୍ଡରେ ଧୂଆଁ ଦିଆଯିବ। ଉଚ୍ଚ ଅଧିକାରୀ ଖେ।ଲା ପଡିଥିବା ଡ୍ରେନ ରେ ଘେ।ଡଣୀ ପକାଇବା ସହ ଡ୍ରେନକୁ ପାଇଖାନା ମଳ ଛାଡିବା ବନ୍ଦ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଅନୁରୋଧ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories