www.samajalive.in
Friday, December 5, 2025
26.1 C
Bhubaneswar

ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟରେ ମୋହର: କଟକ-ଭୁବନେଶ୍ବର ଭିଡ କମିବ

ଭୁବନେଶ୍ବର : ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟରେ ମୋହର ବାଜିଛି । ଏହି ୬ ଲେନ୍‌ ବିଶିଷ୍ଟ ରିଙ୍ଗ ରୋଡ୍‌ ଖୋର୍ଦ୍ଧା ରାମେଶ୍ବରରୁ କଟକ ଜିଲାର ଟାଙ୍ଗି ପର୍ଯ୍ୟନ୍ତ ହେବ । ଆଜି କେନ୍ଦ୍ର କ୍ୟାବିନେଟରୁ ଏହାକୁ ମଞ୍ଜୁରି ମିଳିଛି । ୧୧୦ କିଲୋମିଟର ଦୀର୍ଘ ଏହି ବାଇପାସ ପାଇଁ ୮ ହଜାର ୩୦୭ କୋଟି ଟଙ୍କା ବ୍ୟୟ ହେବ । କଟକ-ଭୁବନେଶ୍ବର ମଧ୍ୟରେ ଭିଡ଼ କମାଇବାରେ ଏହି ରିଙ୍ଗ୍ ରୋଡ୍ ମୁଖ୍ୟ ଭୂମିକା ନେବ । କୋଲକାତା-ଚେନ୍ନାଇ NH-୧୬ ମଧ୍ୟରେ କଟକ ଓ ଭୁବନେଶ୍ବର ଆସୁଥିବାରୁ ଦୈନନ୍ଦିନ ଟ୍ରାଫିକ୍ ସମସ୍ୟା ବଢିବାରେ ଲାଗିଛି । ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଗାଡି ଜାମରେ ଲାଇନ୍ ଲଗାଇବାକୁ ପଡୁଛି । ତେଣୁ ଏହି ଭିଡ କମାଇବା ପାଇଁ ବାଇପାସ୍ ନିର୍ମାଣ ହେବ । ଏହା ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦ୍ବୟ ଯୋଜନାର ଅଂଶ ବୋଲି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ନିଷ୍ପତ୍ତି ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏନଏଚଏଆଇକୁ ଧନ୍ୟବାଦ ଜଣାଇଛନ୍ତି ।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories