ରଣପୁରଗଡ : ନୟାଗଡ଼ ଜିଲ୍ଲା ରଣପୁର ତାଲୁକ ଲିଗାଲ ସର୍ଭିସ୍ କମିଟି ତରଫରୁ ରଣପୁର କୋର୍ଟ ବରିଷ୍ଠ ବିଚାରପତି ଶ୍ରୀମତୀ ଅନୁଶୃତି ଚୌଧୁରୀ ଏବଂ ବିଚାରପତି ଶ୍ରୀ ପୁଣ୍ୟଶ୍ଲୋକ ଦାଶଙ୍କ ନିର୍ଦ୍ଦେଶ କ୍ରମେ ରଣପୁର କୋର୍ଟ ପରିସରରେ ଚଳିତ ବର୍ଷର ବନ ମହୋତ୍ସବ କୋର୍ଟ କର୍ମଚାରୀ, ଓକିଲ ସଂଘ, ଅଧିକାର ମିତ୍ର, ତାଲୁକ୍ ଆଇନ୍ ସେବା କମିଟିର କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବନ ମହୋତ୍ସବ ଉତ୍ସବକୁ ବରିଷ୍ଠ ବିଚାରପତି ଶ୍ରୀମତୀ ଅନୁଶୃତି ଚୌଧୁରୀ ଓ ବିଚାରପତି ଶ୍ରୀ ପୁଣ୍ୟଶ୍ଲୋକ୍ ଦାଶ ମହୋଦୟ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏଥିରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଛି। ଏହି ଅବସରରେ ସମସ୍ତେ ନିଜ ନିଜ ବାଡ଼ି ତଥା ଖାଲି ପଡ଼ିଥିବା ରାସ୍ତା ପାର୍ଶ୍ଵରେ ଗଛଟିଏ ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା ।
Popular Categories



