www.samajalive.in
Wednesday, December 10, 2025
16.1 C
Bhubaneswar

ଲଗାଣ ଝଡବର୍ଷାରେ ଭାଙ୍ଗିଲା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାର ତ୍ରିଶୂଳ ଦଣ୍ଡ

ଆରଡି :  ଗତ ୩ଦିନ ହେଲା ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ  ଆରଡି ତଥା ଆଖପାଖ ଅଞ୍ଚଳରେ  ଲାଗି ରହିଛି ଲଗାଣ ବର୍ଷା। ଲଗାଣ ଝଡବର୍ଷାରେ ଗତକାଲି ରାତିରେ  ଭାଙ୍ଗି ଯାଇଛି  ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାର  ତ୍ରିଶୂଳ ଦଣ୍ଡ । ଫଳରେ ତ୍ରିଶୂଳ ଦଣ୍ଡରେ ଲାଗି ହୋଇଥିବା   ବାନା ଖସି ପଡିଛି।  ଆଜି ଭୋର ବାବାଙ୍କ ପହିଲୁ ନୀତି ସମୟରେ ଦ୍ବାରଫିଟା ବେଳକୁ ସେବାୟତମାନେ ଏପରି ଘଟଣା ଦେଖିବାକୁ ପାଇଥିଲେ । ତୁରନ୍ତ ଏପରି ଖବର ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ତାହାସହ  ପୁଣି ଦଧି ନଉତିର ଥିବା ଅଷ୍ଟଧାତୁ ନିର୍ମିତ ତ୍ରିଶୂଳର ବାମ ପାର୍ଶ୍ବ ଅର ବଙ୍କି ଯିବା ସହ ଢଳି ରହିଛି। ପୂର୍ବରୁ ଦୀର୍ଘ ଦେଢବର୍ଷ ତଳେ ପବନବର୍ଷାରେ ତ୍ରିଶୂଳର ମଧ୍ଯଭାଗ ଅର ଭାଙ୍ଗି ଖସି ପଡିଥିଲା। ଏପରି ଖବର ପାଇବା ପରେ ରାଜ୍ଯ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା। ହେଲେ ଠିକ ଭାବେ ମରାମତି ହୋଇନଥିବାରୁ ଆଜି ପୁଣି ଏପରି ଅଘଟଣ ଦେଖାଦେଇଥିବା ସେବାୟତ କହିଛନ୍ତି । ପରେ ମନ୍ଦିରରେ ଏକ ନୂଆ ବାନା ଲାଗି ହେବା ପରେ ବାବାଙ୍କ ସକାଳଧୂପ ସହ ଅନ୍ଯାନ୍ଯ ନୀତି ସମ୍ପନ୍ନ ହୋଇଥିଲା।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories