www.samajalive.in
Wednesday, December 10, 2025
23.1 C
Bhubaneswar

କୋଇଲେଖା ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି 

ଆରଡି  : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତରେ ଥିବା କୋଇଲେଖା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ବିଦ୍ଯାଳୟ ଏକ ଘରର ତାଲା ଭାଙ୍ଗି  ଛାତ୍ରଛାତ୍ରୀଙ୍କ ମଧ୍ଯାହ୍ନ ଭୋଜନ ନିମନ୍ତେ ଗଛିତ ଥିବା  ୭ ବସ୍ତା ଚାଉଳ ସହ ଗୋଟେ ଫ୍ଯାନ  ଚୋରୀ କରି ନେଇଥିବା ଆରଡି ଫାଣ୍ଡିରେ ଅଭିଯୋଗ ହୋଇଛି।  ତାହାସହ ସ୍କୁଲ ପରିସର ଭିତରେ ଥିବା ଅଙ୍ଗନବାଡି କେନ୍ଦ୍ରର ମୁଖ୍ୟ ଫାଟକ ତାଲା ଭାଙ୍ଗିବା ସହ ଗଡ଼ରେଜ ଭାଙ୍ଗି ଥିବା ମଧ୍ୟ ଅଙ୍ଗନବାଡି କର୍ମୀ ଅଭିଯୋଗ କରିଛନ୍ତି। ଗତକାଲି ଅର୍ଥାତ ଶନିବାର ସ୍କୁଲ ଛୁଟି ପରେ ପ୍ରଧାନଶିକ୍ଷକ ତାଲା ପକାଇ ଘରକୁ ପଳାଇଥିଲେ। ରବିବାର ଛୁଟି ଥିଲେ ମଧ୍ଯ ବିଦ୍ଯାଳୟ କାର୍ଯ୍ୟାଳୟ ଖୋଲା ଥିବା ଦେଖି ଗାଁ ଲୋକ ଦେଖି ବିଦ୍ଯାଳୟର ପ୍ରଧାନଶିକ୍ଷକଙ୍କୁ  ଖବର ଦେଇଥିଲେ। ଖବର ପାଇ ପ୍ରଧାନଶିକ୍ଷକ ଆସି ଦେଖିଲା ବେଳକୁ ଅଫିସ ଭିତରେ ଥିବା ମଧ୍ୟାହ୍ନ ଭୋଜନ ଚାଉଳ ସାତ ବସ୍ତା ନଥିବା ବେଳେ ଏକ ପଙ୍ଖା ମଧ୍ୟ ନାହିଁ। ତୁରନ୍ତ ପ୍ରଧାନଶିକ୍ଷକ ଆରଡ଼ି ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories