www.samajalive.in
Wednesday, December 10, 2025
23.1 C
Bhubaneswar

ଡ୍ରେନ ଜବରଦଖଲ ଉଛେଦ ନୋହିଲା, ପ୍ରଶାସନ ନିରବ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଡ୍ରେନକୁ ଜବରଦଖଲ କରିଥିବା ଉଛେଦ ହୋଇନଥିବା ଜଣାପଡିଛି। ରାୟଗଡା ଠାରୁ କଲ୍ୟାଣସିଂହପୁର ପର୍ଯ୍ୟନ୍ତ ୪୫ନମ୍ବର ରାଜ୍ୟ ରାଜପଥ ନିର୍ମାଣ କରାଯାଇଛି। କଲ୍ୟାଣସିଂହପୁର ସଦରରେ ରାସ୍ତା ନିର୍ମାଣ କରିବା ସହ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରି ତା ଉପରେ ପ୍ଲେଟ ପକାଇଥିଲେ। ଡ୍ରେନ ଉପରେ କିଛି ଲୋକ ଜବରଦଖଲ କରି ଦୋକାନ ଘର ଖୋଲିଥିବା ଓ ମୁଖ୍ୟ ରାସ୍ତା ଉପରେ ଉଠା ଦୋକାନୀ ମାନେ ରହୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଛି।

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଗ୍ରାମବାସୀ ଅଭିଯୋଗ କରିବା ସହ ଉକ୍ତ ଖବର ବାରମ୍ବାର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇବା ପରେ ପୂର୍ତ୍ତବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶରେ କନିଷ୍ଠ ଯନ୍ତ୍ରୀ ରାଜୀବ ବେହେରା ସମେତ ତହସିଲଦାର ରଞ୍ଜନକୁମାର ମାନସେଠ, ଥାନା ଅଧିକାରୀ ନୀଳକଣ୍ଠ ବେହେରା, ରାଜସ୍ବ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ରହି ସଦର ହନୁମାନ ମନ୍ଦିର ଠାରୁ ବ୍ଲକ ପର୍ଯ୍ୟନ୍ତ ଡ୍ରେନ ଉପରେ କରିଥିବା ଦୋକାନ ଗୁଡିକୁ ଡ୍ରେନର କିଛି ଦୂରରେ ରଖିବା ପାଇଁ କହି ଚିହ୍ନଟ ଦେଇଥିଲେ, ଚିହ୍ନଟ କରିଥିବା ଦୋକାନ ଗୁଡିକ ୭ଦିନ ମଧ୍ୟରେ ଭାଙ୍ଗିବା ପାଇଁ ପ୍ରଶାସନ କହିଥିଲେ। ଉଠାଦୋକାନୀ ମାନେ ରାୟଗଡା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ଜନଜାତି ଗ୍ରାମୀଣ ହାଟ ଠାରେ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରଶାସନର କଥାକୁ ବେଖାତିରି କରି ବ୍ୟବସାୟୀ ମାନେ ରାସ୍ତା ଉପରେ ପସରା ମେଲି ବସି ରହିଛନ୍ତି। ଯାହାଫଳରେ ଗାଈଗୋରୁ, କୁକୁର ରାସ୍ତା ଉପରେ ଆଡ୍ଡା ଜମାଇଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ରାସ୍ତା ଚିହ୍ନଟ କରି ପ୍ରାୟ ଦୁଇମାସ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ ହାତବାନ୍ଧି ବସିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories