www.samajalive.in
Saturday, December 6, 2025
15.1 C
Bhubaneswar

ଏମ୍‌ସରେ ସଫଳ ଅ‌ସ୍ତ୍ରୋପଚାର, ବାହାରିଲା ୮.୭ କେଜିର କିଡ୍‌ନୀ ମାସ୍‌

ଭୁବନେଶ୍ବର : ଗୁରୁତର କିଡ୍‌ନୀ ରୋଗରେ ପୀଡ଼ିତ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କଠାରୁ ୮.୭ କେଜି ଓଜନର କିଡ୍‌ନୀ ମାସ୍‌ ବାହାର କରାଯାଇଛି। ଭାରତରେ ଏହା ସବୁଠାରୁ ବଡ଼ କିଡ୍‌ନୀ ମାସ୍‌ ବୋଲି କୁହାଯାଉଛି। ଏମ୍‌ସ ଭୁବନେଶ୍ବର ୟୁରୋଲୋଜି ଡାକ୍ତରୀ ଟିମ୍ ସଫଳତାର ସହ ଅ‌େ‌ସ୍ତ୍ରାପଚାର କରି ୮.୭ କେଜିର ମାଂସ ପିଣ୍ଡୁଳାକୁ ବାହାର କରି ମାଇଲଖୁଣ୍ଟ ହାସଲ କରିଛନ୍ତି।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲାର ଜଣେ ବ୍ୟକ୍ତି ବିଶାଳ କିଡ୍‌ନୀ ଯୋଗୁ ଗଭୀର ଯନ୍ତ୍ରଣା ଭୋଗୁଥିଲେ। ଏହି ଅସ୍ତ୍ରୋପଚାର ପରେ ଏବେ ସେ  ଆଶ୍ବସ୍ତି ଅନୁଭବ କରୁଛନ୍ତି। ଏମ୍‌ସ ଡାକ୍ତରଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ସୁସ୍ଥ ଅଛନ୍ତି। ଏମ୍‌ସ ୟୁରୋଲୋଜି ବିଭାଗ ଆସୋସିଏଟ୍ ପ୍ରଫେସର ଡାକ୍ତର ମନୋଜ କୁମାର ଦାସଙ୍କ ନେନୃତ୍ବରେ ଏହି ଅସ୍ତ୍ରୋପଚାର ହୋଇଥିଲା। ଡାକ୍ତର ସମ୍ବିତ୍ ତ୍ରିପାଠୀ ଏବଂ ରେସିଡେଣ୍ଟ ଡା. ସହର୍ଷ, ଡା. ମିଥଲେଶ, ଡା. ହୁଜୈଫା, ଡା. ସାବକ୍ ଓ ଡା. ସଚିନ୍ ସହାୟତା କରିଥିଲେ। ଏହି ଜଟିଳ ଅସ୍ତ୍ରୋପଚାର ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା।

ପୋଲାଭରମ୍ ରାଜନୀତି: ପ୍ରକଳ୍ପ ଶେଷ ପରେ ସମୀକ୍ଷା ପ୍ରସ୍ତାବକୁ ବିରୋଧ

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories