www.samajalive.in
Sunday, December 7, 2025
26.1 C
Bhubaneswar

ଆମ ସମୟର ରାଜନୀତି: ନିର୍ବାଚନରେ ଖର୍ଚ୍ଚ କରିଥିଲି ମାତ୍ର ୩.୫୦ ଲକ୍ଷ

ଆମ ସମୟର ନିର୍ବାଚନରେ ଏତେ ଟଙ୍କା ଖର୍ଚ୍ଚ ହେଉନଥିଲା। ଚାଲିଚାଲି ଗୋଟିଏ ଗୋଟିଏ ପଞ୍ଚାୟତ ଆମେ ବୁଲୁଥିଲୁ। ଦୁଇଟି ପଞ୍ଚାୟତ ବୁଲିବା ପରେ ୨ଟା ବାଜିଲେ ଆମ ପାଇଁ ଗାଁ ଲୋକ ଭାତ ଡାଲମା କରି ଖାଇବାକୁ ଦେଉଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେଇ ସନ୍ଧ୍ୟା ବେଳକୁ ଅନ୍ୟ ପଞ୍ଚାୟତ ବୁଲୁଥିଲୁ ବୋଲି କହନ୍ତି ସାଲେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ରବୀନ୍ଦ୍ର କୁମାର ବେହେରା।୧୯୯୫ରେ ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶ୍ରୀ ବେହେରା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀ ଚରଣ ବେହେରାଙ୍କୁ ହରାଇ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ।

କଂଗ୍ରେସ ଦଳ ପକ୍ଷରୁ ମୋତେ ୩ ଲକ୍ଷ ଟଙ୍କା ଦିଆଯାଇଥିଲା। ଭାଇ ପ୍ରଭାତ ବେହେରା ତାଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ସେତେବେଳେ ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକର ୪୩ଟି ପଞ୍ଚାୟତରେ ନିର୍ବାଚନ ପ୍ରଚାର, ସଭା ସମିତି, ବୁଥ୍‌‌ ଖର୍ଚ୍ଚ ଓ ଶୋଭାଯାତ୍ରାରେ ଏହି ଅର୍ଥ ଖର୍ଚ୍ଚ କରି ମୁଁ ବିଜୟୀ ହୋଇଥିଲି ବୋଲି ସେ କହନ୍ତି। ପାରାଦ୍ବୀପଠାରେ ପୋର୍ଟ ଟ୍ରଷ୍ଟ ହାଇସ୍କୁଲରେ ଶିକ୍ଷକତା କରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଡାକରାରେ ସେ ଶିକ୍ଷକ ଚାକିରି ଛାଡ଼ି ୧୯୯୫ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ। ସେତେବେଳକୁ ତାଙ୍କୁ ୪୩ବର୍ଷ ହୋଇଥିଲା।

- Advertisement -

ଏବେ ସେ ୭୨ବର୍ଷରେ ଉପନୀତ। ତାଙ୍କ ସମୟରେ ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ରାସ୍ତା ଘାଟ ସେତୁ ଗୁଡିକ ନିର୍ମାଣ ହୋଇଥିବା ବେଳେ ପ୍ରଥମ କରି ଚିତ୍ରୋତ୍ପଳା ନଦୀ ଉପରେ ହରିଚନ୍ଦନପୁରଠାରେ ବୃହତ୍‌ ସାଇଫନ୍‌‌ ଓ ସେତୁ ନିର୍ମାଣ କରାଯାଇଥିଲା। ତାଙ୍କ ସମୟରେ ବିଧାୟକ ହାତ ପାଣ୍ଠି ବ୍ୟବସ୍ଥାରେ ଟଙ୍କା ନଥିଲା। ବର୍ଷକୁ ମାତ୍ର ୨ ଲକ୍ଷ ଟଙ୍କା ଅନ୍‌‌ଟାୟଡ୍‌‌ ଫଣ୍ଡ ବାବଦରେ ଅର୍ଥ ମିଳୁଥିଲା। ନିର୍ବାଚନରେ ତାଙ୍କର ସମ୍ପର୍କୀୟ ପୂର୍ବତନ ବିଧାୟକ କାଳିନ୍ଦୀ ବେହେରା ତାଙ୍କ ସହ ନିର୍ବାଚନ ଲଢୁଥିବା ବେଳେ ଉଭୟଙ୍କ ଭିତରେ କେବେ ମନାନ୍ତର ହୋଇନାହିଁ। ବର୍ତ୍ତମାନର ଅର୍ଥ ସର୍ବସ୍ୱ ରାଜନୀତିରୁ ସେ ଦୂରେଇ ରହିଥିବା କହିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories