ରେଭେନ୍ସାରେ ଆଧୁନିକ ଓଡିଶା ଇତିହାସର ଫଟୋ ଚିତ୍ର ପ୍ରଦର୍ଶନୀ

ଡେସ୍କ: ଉତ୍କଳ ଦିବସ ଉପଲକ୍ଷେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡିଶା ରାଜ୍ୟ ଅଭିଲେଖଗାର ଓ ରେଭେନ୍ସା ବିଶ୍ଵବିଦ୍ୟାଳୟ ଇତିହାସ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧାମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଆଧୁନିକ ଓଡିଶା ଇତିହାସର କିଛି ପୃଷ୍ଠାର ଏକ ଫଟୋ ଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସଞ୍ଜୟ କୁମାର ନାୟକ ଯୋଗ ଦେଇ ପୌରହିତ୍ୟ କରିଥିଲେ। ବିଭାଗୀୟ ମୂଖ୍ୟ ଡ. ଉମାକାନ୍ତ ମିଶ୍ରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଭୀଗୀୟ ମୁଖ୍ୟ ପ୍ରଫେସର ଡ଼. ଲକ୍ଷ୍ମୀକାନ୍ତ ମିଶ୍ର ଏଥିରେ ଯୋଗ ଦେଇଥିଲେ। ଡ. ପ୍ରିୟଦର୍ଶୀ କର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଏହାର ଐତିହାସିକ ମୂଲ୍ୟବୋଧ ବୁଝାଇଥିଲେ। ବିଶିଷ୍ଟ ଐତିହାିସିକ ଡ. ନିବେଦିତା ମହାନ୍ତି ମୁଖ୍ୟ ଅତିଥି ଓ ବକ୍ତା ଭାବେ ଯୋଗ ଦେଇ ଓଡ଼ିଶା ପ୍ରଦେଶ ଗଠନରେ ରେଭେନ୍ସାର ସାଂଗଠନିକ ଭୂମିକା ବିଷୟରେ କହିଥିଲେ। ବିଶିଷ୍ଟ ଗବେଷକ ଓ ପ୍ରଶାସନିକ ଅଧିକାରୀ ରାଜା ପରିଜା ଓ ବିଶିଷ୍ଟ ପ୍ରଶାସନିକ ଅଧିକାରୀ ଡ. ଲଲାଟେନ୍ଦୁ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଅଜଣା ସ୍ୱତନ୍ତ୍ରତା ସେନାନୀମାନଙ୍କ ଭୂମିକା ଓ ଜୀବନୀକୁ ଲୋକଲୋଚନକୁ ଆଣିବା ପାଇଁ ଇତିହାସ ବିଭାଗର ଛାତ୍ର ଓ ଗବେଷକମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଅତିଥିମାନେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ଅଭିଲେଖାଗାରର ପର୍ଯ୍ୟାୟ କ୍ରମବିକାଶରେ ସହଯୋଗର ଆଶ୍ୱାସନା ପ୍ରଦାନ କରିଥିଲେ ଓ ଏଇ ପ୍ରୟାସ ପାଇଁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଉଚ୍ଚ ଶିକ୍ଷା ଅନୁଷ୍ଠାନର ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଗବେଷକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଅଧ୍ୟାପକ ଭୋଳାନାଥ ନାୟକ, ଡ. ମଧୁସ୍ମିତା ଛୋଟରାୟ, ଡ. ଶିବନାରାୟଣ ବିହାରୀ, ଗବେଷକ ନିଶିକାନ୍ତ ଦ୍ବିବେଦୀ, ଡ. ଗୌତମ ବୁଦ୍ଧ ସୀତାରାମ, ପୂଜା ରାଣୀ ପରିଡ଼ା ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଛାତ୍ର ଦିପେଶ କୁମାର ବେହେରା, ମୌସମ ମେହେନା, ସତ୍ୟଜିତ ସାହୁ, ଅନୁପମ ମହାକୁଡ଼, ସୁମନ ମଣ୍ଡଳ, ଜମୁନ ଆଇଛ, ବୈଶାଳୀ ଆର୍ୟ, ଦୀପିକା ରାଣୀ ଓ ସାଇ ସାଗର ପ୍ରମୁଖ ଏହି କାର୍ଯ୍ୟକ୍ରମର ସାଂଗଠନିକ ଦାୟିତ୍ଵ ନେଇଥିଲେ।

Comments are closed.