www.samajalive.in
Sunday, December 14, 2025
14.1 C
Bhubaneswar

ଶୈଳବାଳାରେ ଛାତ୍ରୀମାନେ ପରିବେଷଣ କଲେ ସଂସ୍କୃତ ନାଟକ ‘ସମ୍ଭବାମି ଯୁଗେ ଯୁଗେ’

ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ସ୍ଥିତ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ୪୦୦ ଶଯ୍ୟା ବିଶିଷ୍ଟ ନୂତନ ଛାତ୍ରୀନିବାସର ଉଦଘାଟନ ସହ ନୂତନ ଶିକ୍ଷା ସୌଧର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଭାସୀ ଜରିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଓ କଟକ ମେୟର ସୁବାଷ ସିଂ ଯୋଗ ଦେଇଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ସ୍ନାତକୋତ୍ତର ସଂସ୍କୃତ ବିଭାଗର ଛାତ୍ରୀମାନେ ସଂସ୍କୃତ ନାଟକ ‘ସମ୍ଭବାମି ଯୁଗେ ଯୁଗେ’ ପରିବେଷଣ କରିଥିଲେ। ଅଧ୍ୟକ୍ଷା ପ୍ରଫେସର ଡଃ ଗାୟତ୍ରୀ ବିଶ୍ୱାଳଙ୍କ ଦିଗଦର୍ଶନରେ ପରିବେଷିତ ଏହି ନାଟକର ସଂଳାପ ରଚନା ସହ ସଂଗୀତ ଓ ନିର୍ଦ୍ଦେଶନା ଦେଇଥିଲେ ଅଧ୍ୟାପକ ଅରବିନ୍ଦ ନାୟକ। ନାଟକଟିକୁ ପ୍ରଯୋଜନା କରିଥିଲେ ବିଭାଗୀୟ ମୁଖ୍ୟ ଡଃ ମେନକା ରାଣୀ ସାହୁ। ନାଟକର ୨୪ଟି ଚରିତ୍ରରେ ୨୪ ଜଣ ଛାତ୍ରୀ ନିଖୁଣ ଭାବେ ଅଭିନୟ ପ୍ରଦର୍ଶନ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories