www.samajalive.in
Sunday, December 14, 2025
23.1 C
Bhubaneswar

ପଂଚାୟତ ପ୍ରତିନିଧି ମାନଙ୍କ ତାଲିମ୍‌‌ ଶିବିର ଉଦ୍‌‌ଯାପିତ

ଫୁଲବାଣୀ: ଜିଲ୍ଲା ପରିଷଦ କନ୍ଧମାଳ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ପଂଚାୟତି ରାଜ ବିଭାଗ ସହାୟତାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ପକ୍ଷରୁ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ବନ୍ଧଗଡ଼ ଠାରେ ଚାଲିଥିବା ପଂଚାୟତ ପ୍ରତିନିଧି ମାନଙ୍କର ତାଲିମ୍‌‌ ଶିବିର ଆଜି ଉଦ୍‌‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପରିଷଦ ଉପାଧକ୍ଷା ସାଇବାଣୀ ନାୟକ ଯୋଗଦେଇ ଗ୍ରାମ ପଂଚାୟତ ର ଉନ୍ନତି ମୁଳକ ଯୋଜନା ପଡ଼ାର ଶେଶ ପରିବାର ପାଖରେ ପହଂଚାଇବାରେ ପଂଚାୟତ ପ୍ରତିନିଧି ମାନଙ୍କର ଥିବା ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଂପାଦକ ଇଂ. ହରିଶଙ୍କର ରାଉତ , ତାଲିମ୍‌‌ଦାତା ମନୋଜ କୁମାର ପଟ୍ଟନାୟକ ଓ ଜୋତ୍ସାରାଣି ମହାନ୍ତି ପ୍ରମୁଖ ଉପସ୍ଥିତିରେ ତାଲିମ୍‌‌ରେ ଯୋଗଦେଇଥିବା ପ୍ରତିନିଧି ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ତାଲିମ୍‌‌ କାର୍ଯ୍ୟକ୍ରମରେ ଫରିଙ୍ଗିଆ, ଫୁଲବାଣୀ ଓ ଖଜୁରିପଡ଼ାର ୫୦ରୁ ଅଧିକ ପଂଚାୟତ ସରପଂଚ, ସମିତି ସଭ୍ୟ / ସଭ୍ୟା ସ ୱାର୍ଡ଼ ସଭ୍ୟ ଏବଂ ସଭ୍ୟା ମାନେ ଯୋଗଦେଇଥିଲେ। ବିଶ୍ୱରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାତୀ ଅନୁଷ୍ଠାନର ପ୍ରଭାତ ନାୟକ, ବିନୋଦ ବେହେରା, ଏଲ.କିର୍ତି ରେଡି ଓ ଅନୁପମା କହଁର ପ୍ରମୁଖ ସହଯୋଗ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories