www.samajalive.in
Sunday, December 14, 2025
15.1 C
Bhubaneswar

ଶ୍ରମିକ ନେତାଙ୍କ ଜୟନ୍ତୀ ପାଳିତ

ଚୌଦ୍ୱାର: ବିଶିଷ୍ଟ ଶ୍ରମିକ ନେତା ତଥା ଚୌଦ୍ୱାର ସାହିତ୍ୟ ସଂସଦର ପ୍ରତିଷ୍ଠାତା ସ୍ୱର୍ଗତ ବନମାଳୀ ଦାସଙ୍କ ୯୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଚୌଦ୍ୱାର ସାହିତ୍ୟ ସଂସଦ ଆନୁକୁଲ୍ୟରେ ଓଟିଏମ୍‌‌ କଲେନୀସ୍ଥିତ ବନମାଳୀ ଷ୍ଟୋର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିନ୍ଦ ସେବାକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଅତିଥି ଭାବେ ଯୋଗଦେଇ ବନମାଳୀ ବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ। ସାହିତ୍ୟ ସଂସଦ ସଭାପତି ବିଶ୍ୱକଲ୍ୟାଣ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସୁବ୍ରତ କୁମାର ସାମଲ, କେ.ସି.ପ୍ରତାପ ସିଂ, ମାନସ ରଞ୍ଜନ ସାମଲ, ଶରତ କୁମାର ଖୁଣ୍ଟିଆ, ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, ଶିବ ପ୍ରସାଦ ପତି, କୈଳାସ ସାହାଣୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନର ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ବନମାଳୀ ବାବୁଙ୍କ ମହତ୍‌‌ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସଂପାଦକ ଦିବ୍ୟଜ୍ୟୋତି ପାଣି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସରିତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories