ଅବସରପ୍ରାପ୍ତ ଶିକ୍ଷକ ସଂଘ ବୈଠକ

ଚୌଦ୍ୱାର: ଚୌଦ୍ୱାର ଅବସରପ୍ରାପ୍ତ ଶିକ୍ଷକ ସଂଘର ଏକ ବୈଠକ କଳିଙ୍ଗ ବଜାରସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି।ସଂଗଠନର ସଭାପତି ଭାଗିରଥୀ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଅଞ୍ଚଳର ବହୁ ଅବସରପ୍ରାପ୍ତ ଶିକ୍ଷକ ଯୋଗଦେଇ ଅବସର ଗ୍ରହଣ ପରେ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବୟସ ବୃଦ୍ଧି ଓ ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଠିରେ ରଖି ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ପାରିଶ୍ରମିକ ନିୟମିତ ପ୍ରଦାନ ଓ ସ୍ୱାସ୍ଥ୍ୟ ଚିକିତ୍ସା ଭତ୍ତା ପ୍ରଦାନ ପାଇଁ ସରକାରଙ୍କୁ ସଂଘ ତରଫରୁ ନିବେଦନ କରାଯାଇଥିଲା। କାର୍ଯ୍ୟକାରୀ ସମ୍ପାଦକ ଜୟକୃଷ୍ଣ ସ୍ୱାଇଁ ଗତ ବୈଠକ ବିବରଣୀ ସହିତ ପରିଭ୍ରମଣ ବିବରଣୀ ପ୍ରଦାନ କରି ବରିଷ୍ଠ ମାନଙ୍କ ପରିଭ୍ରମଣରେ ସହଯୋଗ ପାଇଁ ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କୁ କୃତଜ୍ଞତା ଜଣାଇଥିଲେ। ଶିକ୍ଷକ ଭବନର ବିଦ୍ୟୁତିକରଣ ପାଇଁ ଆର୍ôଥକ ଅନୁଦାନ ପ୍ରଦାନ କରିଥିବାରୁ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ସଂଘ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।ଆସନ୍ତା ଜୁନ୍‌‌ ମାସରେ ସଂଘର ବାର୍ଷିକୋତ୍ସବ ଆୟୋଜନ କରାଯିବା ଓ ଏଥିପାଇଁ ସ୍ଥାନୀୟ ବିଦ୍ୟଳୟର ପ୍ରଧାନ ଶିକ୍ଷକ ମାନଙ୍କ ସହଯୋଗ ନିଆଯିବା ବୈଠକରେ ସ୍ଥିର କରାଯାଇଥିଲା।ସମ୍ପାଦକ ସୁକାନ୍ତ କୁମାର ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ତ୍ରିଲୋଚନ ପଣ୍ଡା ଓ ନିକୁଞ୍ଜ କିଶୋର ପଣ୍ଡା ଆୟବ୍ୟୟ ସମୀକ୍ଷା କରିଥିଲେ।

Comments are closed.