www.samajalive.in
Friday, December 12, 2025
15.1 C
Bhubaneswar

ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଗଲେ କୁଆଡେ, ଖୋଜୁଛନ୍ତି ସରପଞ୍ଚ

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦେଖା ଦେଉନଥିବା ଓ କୌଣସି କାର୍ୟ୍ୟ ନିର୍ବାହ କରୁନଥିବା ନେଇ ବାରମ୍ବାର ମହିମା ପଞ୍ଚାୟତବାସୀ ସରପଞ୍ଚଙ୍କୁ ଅଭିଯୋଗ କରି ଆସୁଥିଲେ। ଏ ନେଇ ଅନେକ ଥର ମହିମା ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ବ୍ଲକ ପ୍ରଶାସନକୁ ଜଣାଇ ଆସୁଥିଲେ ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇନାହିଁ। ସୋମବାର କୋକସରା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମରେ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଓ ପଞ୍ଚାୟତ ପାଇଁ ନୂତନ ଅଧିକାରୀ ଯୋଗାଇ ଦେବା ପାଇଁ ମହିମା ସରପଞ୍ଚ ଇଶରାମ କୋଲଥିଆ ଓ ସମିତି ସଭ୍ୟ ଘନଶ୍ୟାମ ନାଏକ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ କୋକସରା ବ୍ଲକର ମହିମା ପଞ୍ଚାୟତରେ ଗତ ବର୍ଷ ଅକ୍ଟୋବର ମାସରେ କାର୍ୟ୍ୟ ନିର୍ବାହୀ ଅଧିକାରୀ ରୁପେ ମାନଗୋବିନ୍ଦ ଦଳେଇ ଯୋଗ ଦେଇଥିଲେ। ଯୋଗଦେବା ପରେ ବାବୁଙ୍କର ଆଉ ପଞ୍ଚାୟତରେ ଦେଖା ମିଳିଲା ନାହିଁ। ଯାହା ଫଳରେ ଆଜକୁ ପ୍ରାୟ ୪ ମାସରୁ ଅଧିକ ହେବ ବିନା ଛୁଟିରେ ଅଧିକାରୀ ଅନୁପସ୍ଥିତ ରହିଲେ। ନିଜ ଦାୟିତ୍ଵ ସମ୍ପାଦନ ନ କରି କିଭଳି ସରକାର ଦେଉଥିବା ଦରମା ଘରେ ବସି କେମିତି ଅଏସ୍ କରୁଛନ୍ତି ତାହା ଏବେ ବୁଦ୍ଧିଜିବୀ ମହଲରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏବେ ପଞ୍ଚାୟତର ଉନ୍ନୟନ ମୂଳକ କାର୍ୟ୍ୟ ଠପ୍ ହୋଇଛି। ଲୋକେ ହଇରାଣ ହେଉଛନ୍ତି। ଏହାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଜିଲ୍ଲାପାଳ ପି.ଅନ୍ୱେସା ରେଡ୍ଡି କୋକସରା ବିଡ଼ିଓ ଦେବବ୍ରତ କରାଟିଙ୍କୁ ତଦନ୍ତ କରିବା ସହ ପିଇଓଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories