www.samajalive.in
Saturday, December 13, 2025
21.1 C
Bhubaneswar

ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା ବନ୍ଧଗୁଡା ଅଙ୍ଗନବାଡ଼ି କର୍ମୀ ଅଯୋଗ୍ୟ ଘୋଷିତ

ନବରଙ୍ଗପୁର: ନବରଙ୍ଗପୁର ଅତିରିକ୍ତ ଜିଲାପାଳ ଭାସ୍କର ରଇତ ନବରଙ୍ଗପୁର ପଞ୍ଚାୟତ ସମିତିର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ବନ୍ଧଗୁଡା ଗ୍ରାମର ଅଙ୍ଗନବାଡି କର୍ମୀ ପୂର୍ଣ୍ଣିମା ଚଲାନଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ଏହାର ଅଭିଯୋଗ କରି ବେତାଳର ଦରଖାସ୍ତକାରିଣୀ ଉର୍ମିଲା ଭତରା ନବରଙ୍ଗପୁର ଅତିରିକ୍ତ ଜିଲାପାଳଙ୍କ ଅଦାଲତରେ ଏକ ମାମଲା ଦୟାର କରିଥିଲେ। ସେ ଜଣେ ଆଦିବାସୀ ମହିଳା ହୋଇ ସମସ୍ତ ଆବେଦନ ପାର୍ଥିନୀଙ୍କର ମଧ୍ୟରୁ ସର୍ବାଧିକ ମ।ର୍କ ରଖିଥିଲେ ମଧ୍ୟ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆ ନ ଯାଇ କମ ମ।ର୍କ ରଖିଥିବା ପୂର୍ଣ୍ଣିମା ଚଲାନଙ୍କୁ ନିଯୁକ୍ତି ଦିଆଯାଇଛି।

ଏହି ମାମଲାରେ ଉଭୟଙ୍କର ସବୁ କାଗଜ ପ୍ରମାଣ ପତ୍ର ଯାଞ୍ଚ କରି ଦରଖାସ୍ତକାରିଣୀ ବେତାଳର ଉର୍ମିଲା ଭତରାଙ୍କୁ ଯୋଗ୍ୟ ବୋଲି ରାୟ ପ୍ରଦାନ କରି ଆଦେଶ ଦେଇଥିଲେ। ଏହି ମାମଲାରେ ନବରଙ୍ଗପୁର ଅତିରିକ୍ତ ଜିଲାପାଳ ତାଙ୍କର ପତ୍ର ମାଧ୍ୟମରେ ଉପଜିଲ୍ଲାପାଳ ତଥା ଅଧକ୍ଷ, ଆଇସିଡିଏସ, ନବରଙ୍ଗପୁର, ସିଡିପିଓ, ନବରଙ୍ଗପୁର ସମସ୍ତଙ୍କୁ ଏହି ଆଦେଶ କାର୍ଯ୍ୟକାରୀ ନିମନ୍ତେ ଚିଠି ପ୍ରରଣ କରିଛନ୍ତି। ଦରଖାସ୍ତକାରିଣୀ ଉର୍ମିଲା ଭତରାଙ୍କ ତରଫରୁ ନବରଙ୍ଗପୁରର ବରିଷ୍ଟ ଓକିଲ ପ୍ରଶାନ୍ତ କୁମାର ପଟ୍ଟନାୟକ ଏହି ମୋକଦ୍ଦମା ପରିଚାଳନା କରିଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories