ଲଡୁଗାଁ: କୋକସରା ବ୍ଲକ ଛିଲିପାମାଲ ସନ୍ନିକଟ ଗଏତାପଡ଼ାକୁ ଲଗି ରହିଥିବା ନୀଳଗିରି ବଚିଚାରେ ନିଆଁ ଲାଗି ମୂଲ୍ୟବାନ ନୀଳଗିରି ଗଛ ନଷ୍ଟପ୍ରାୟ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ହଠାତ ନିଆ ଲାଗିଥିବା ଦେଖି ସ୍ଥାନୀୟ ଗ୍ରାମବାସୀମାନେ ଭୟଭୀତ ହୋଇ ଘରୁ ବାହାରି ପଡିଥିଲେ। ତେବେ ନୀଳଗିରି ବଚିଚା ପାଖାପାଖି ପ୍ରାୟ ୫୦ ଘର ବିଶିଷ୍ଟ ନାହାଲପଡା। ସେହି ପଡାକୁ ଯେମିତି ନିଆଁ ନ ବ୍ୟାପେ ସେଥିପାଇଁ ପଡାବାସୀ ବାଲଟି ଗରା ଧରି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏହାସହ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। କୋକସରା ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଗ୍ରାମବାସୀ ମିଲିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଛି। ଏବେ ଏହି ନୀଳଗିରି ବଗିଚାରେ ନିଆଁ ଲାଗିଲା କେମିତି ତାହା ଏବେ ବଡ଼ ପ୍ରଶ୍ନ।
Popular Categories



