www.samajalive.in
Wednesday, December 10, 2025
26.1 C
Bhubaneswar

ବଡ଼ମ୍ବା ସହର ମଧ୍ୟରେ ପ୍ରବେଶ କଲା ଦନ୍ତାହାତୀ

ବଡ଼ମ୍ବା: ବଡ଼ମ୍ବା ବ୍ଲକ ଗୋପାଳପୁର ଗାଁରେ ହାତୀ ପ୍ରବେଶ କଥା ମନରୁ ନଲିଭୁଣୁ ଆଜି ସନ୍ଧ୍ୟା ପ୍ରାୟ ୦୮ଟା ସମୟରେ ବଡ଼ମ୍ବା ସହର ଜନଗହଳି ପୂର୍ଣ୍ଣ ଅଞ୍ଚଳ ରାଜବାଟୀ ପଛ ପଟ କାନ୍ଥିତଳ ସାହି ମଧ୍ୟରେ ଏକ ଦନ୍ତାହାତୀ ପଶିଆସି ବାବୁଲି ଦାଶଙ୍କ କଦଳୀ ବଗିଚା ଉଜାଡି ଦେବା ସହ ଘରର କବାଟ ଭାଙ୍ଗି ଦେଇଛି ଏବଂ ଅନ୍ୟକିଛି ଲୋକଙ୍କ ଗୁହାଳକୁ ମଧ୍ୟ ଭାଙ୍ଗିଦେଇ ହରିଜନ ସାହି ମଧ୍ୟରେ ପ୍ରବେଶ କରି ସେଠାରେ ମଧ୍ୟ ତାଣ୍ଡବ କରିଥିଲା। ପରବର୍ତ୍ତୀ ସମୟରେ ବନବିଭାଗ ଅଧିକାରୀ କୃଷ୍ଣଚନ୍ଦ୍ର ସ୍ୱାଇଁ ସହଯୋଗୀଙ୍କୁ ସାଙ୍ଗରେ ଧରି ଜଙ୍ଗଲୀ ହାତୀଟିକୁ ଘଉଡ଼ାଇବାରୁ ଦନ୍ତାହାତିଟି ଇନ୍ଦିରାବାସ ଦେଇ ଗୋପାଲବଲ୍ଲଭ ବଗିଚା ଦେଇ ଅରଣ୍ଡା ସରଂକ୍ଷିତ ଜଙ୍ଗଲ ଦିଗରେ ଗତି କରିବା ଦେଖିବାକୁ ମିଳିଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories