ଚୌଦ୍ୱାର: ଚୌଦ୍ୱାରରେ ଏକ ଦିବସୀୟ ସ୍ୱାସ୍ଥ୍ୟ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ ଯୋଜନାରେ ଜିଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ପୌରପାଳିକା ୧୦ ନମ୍ବର ୱାର୍ଡ଼ ଯଯାତୀ କେଶରୀ କ୍ଲବ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରପାଳିକାର ୯,୧୦,୧୧,୧୨,୧୭,୧୮ ଓ ୧୯ ନମ୍ବର ୱାର୍ଡ଼ର ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଏଏନ୍ଏମ୍, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ବୃନ୍ଦ ଯୋଗଦେଇ ସହରାଞ୍ଚଳରେ ଥିବା ବିଭିନ୍ନ ବସ୍ତିରେ ସ୍ୱାସ୍ଥ୍ୟରକ୍ଷା, ପରିମଳ ବ୍ୟବସ୍ଥା , ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆଦି ଉପରେ ତାଲିମ ନେଇଥିଲେ।ପୌର ପରିଷଦ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ମଲ୍ଲିକ, ସୁବ୍ରତ ସାମଲ, ଆଶୁତୋଷ ଦାସ, ବିଜୟ କୁମାର ସାହୁ ପ୍ରମୁଖ କାଉନ୍ସିଲର, ପୌର ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡା. ରବି ନାରାୟଣ ମହାପାତ୍ର , ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ସାହରାଞ୍ଚଳର ଜନ ସାଧାରଣଙ୍କ ସ୍ୱସ୍ଥ୍ୟ ସମସ୍ୟା, ଚିକିତ୍ସା,ରୋଗ ନିରାକରଣ, ବସ୍ତି ଅଞ୍ଚଳରେ ପରିମଳ ବ୍ୟବସ୍ଥା, ସ୍ୱଚ୍ଛ ପାନୀୟ ଜଳ ବ୍ୟବହାର ଉପରେ ଶିବିରାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ବିଜୟ କୁମାର ମହାନ୍ତି, ରଞ୍ଜନ ବାରିକ,ଶକ୍ତି ମହାନ୍ତି,ତନ୍ମୟ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Popular Categories



