ଚୌଦ୍ୱାର: ସୋମବାର ବିଳମକବିତ ରାତିରେ ଚାରବାଟିଆ ଶଂକରପୁର ରାସ୍ତାର ଆଗ୍ରାହାଟ ବୈଦ୍ୟେଶ୍ୱର ମନ୍ଦିର ସମ୍ମୁଖରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ମୃତକ ଜଣକ ହେଲେ କଟକ ସଦର ଥାନା ୪୨ମୌଜା ଅଞ୍ଚଳର ଶ୍ରୀରାମପୁରର ପ୍ରକାଶ ସେନାପତି(୫୫)।ପୁଲିସ ସୂଚନା ଅନୁଯାୟୀ ପ୍ରକାଶ ଏକ ବୁଲେଟ ମଟର ସାଇକେଲରେ ଚୌଦ୍ୱାର ଆଡ଼କୁ ଆସୁଥିବାବେଳେ ପଛରୁ ଏକ ପିକ୍ଅପ୍ ଭ୍ୟାନ୍ ତାଙ୍କ ମଟର ସାହଇକେଲକୁ ଧକ୍କା ଦେଇଥିଲା। ଫଳରେ ମଟର ସାଇକେଲରୁ ପ୍ରକାଶ ଛିଟିକି ପଡ଼ି ତଳେ ପଡ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ୍ଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ପୁଲିସ ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ମଟର ସାଇକେଲଟିକୁ ଥାନାକୁ ଆଣିଛନ୍ତି।ମଙ୍ଗଳବାର ଦିନ ବ୍ୟବଚ୍ଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି।
Popular Categories



