ବୁଧବାର ରାଶିଫଳ ୧୫.୦୩.୨୦୨୩

ମେଷ: କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦେବ-ଦ୍ବିଜ କଲ୍ୟାଣରୁ ସୁବକ୍ତା ହୋଇପାରନ୍ତି।
ବୃଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦୁଃଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ପତ୍ନୀଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ଯତ୍ନବାନ୍‌ ହେବାକୁ ପଡ଼ିବ। କୃଷିକର୍ମରୁ ଲାଭବାନ୍‌ ହେବାକୁ ପଡ଼ିବ। କୃଷିକର୍ମରୁ ଲାଭବାନ୍‌ ହେବେ।
ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ସୁଖଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ।
କର୍କଟ: ବୈରୀଗଞ୍ଜନ ହୋଇପାରନ୍ତି। ସୁସମ୍ବାଦ ପାଇ ଆତ୍ମସନ୍ତୋଷ ମିଳିବ। ଋଣ ପରିଶୋଧ କରି ଚିନ୍ତାମୁକ୍ତ ହେବେ। ଜଣେ ଉତ୍ତମ ପରାମର୍ଶଦାତା ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଫଳଦାୟକ ହେବ।
ସିଂହ: ଶତ୍ରୁନାଶ କରି ଧନଭୋଗର ସୂଚନା ମିଳୁଛି। ସୁଖାଶ୍ଚର୍ଯ୍ୟ ଭୋଗ କରିବେ। କର୍ମଚଞ୍ଚଳ ରହିବେ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ନିଜ ବଳାର୍ଜିତ ସମ୍ପତ୍ତି ଭୋଗ କରିବେ। ସୁଖୀ ହେବେ।
କନ୍ୟା: କାର୍ଯ୍ୟ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ଓ କାବ୍ୟକର୍ତ୍ତା ହୋଇପାରନ୍ତି।
ତୁଳା: ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅଶାନ୍ତିର ପତନ ଘଟିବ। ସରକାରୀ କାର୍ଯ୍ୟରୁ ଲାଭ ଉଠାଇ ପାରନ୍ତି।
ବିଛା: ତ୍ୟାଗଶୀଳ ହେବେ। ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବା ଆଶା କରାଯାଏ। ଚଞ୍ଚଳମନା ହେବେ। ହୃଷ୍ଟଚିତ୍ତ ଓ ଅତିସୁଖୀ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। କୀର୍ତ୍ତିମାନ୍‌ ହେବେ। ରୂପବାନ୍‌ ହେବେ।
ଧନୁ: ଆୟ ଯଥାରୀତି ହେବ। ସରକାରୀ ସୂତ୍ରରୁ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହୋଇପାରନ୍ତି। ସାତ୍ତ୍ବିକ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତ ହେବ।
ମକର: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ମିତ୍ରମାନେ କରଛଡ଼ା ଦେବେ। ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବନି। ଖର୍ଚ୍ଚାନ୍ତ ହୋଇପାରନ୍ତି।
କୁମ୍ଭ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। କାର୍ଯ୍ୟରେ ସଫଳତା ମିଳିବ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। କରିତ୍‌କର୍ମା ହୋଇପାରନ୍ତି।
ମୀନ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବାସଗୃହର ପରିବେଶ ଭଲ ରହିବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ସବୁକିଛି ମଳିବ। ବହୁବିଧ ଧନର ଅଧିକାରୀ ହେବେ।

Comments are closed.