ତିଗିରିଆ: ତିଗିରିଆ ବ୍ଳକ ମିଶନଶକ୍ତି ବିଭାଗର ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଜିଲ୍ଲା କର୍ମ ନିୟୋଜନ ଯୋଜନା ମାଧ୍ୟମରେ ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ବେରୋଜଗାରୀ ଯୁବକ ଯୁବତୀ ମଧ୍ୟରୁ ୧୨୩ ଜଣ ନାମ ପଞ୍ଜିକରଣ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମେଳାରେ ସର୍ବାଧିକ ମହିଳା ବର୍ଗରେ ୬୯ ଜଣ ଏବଂ ପୁରୁଷ ବର୍ଗରେ ୫୪ ଜଣ ନାମ ପଞ୍ଜିକରଣ କରିଥିବା ବେଳେ ୮ ଗୋଟି ସଂସ୍ଥାନ ପ୍ରାର୍ଥୀ ସଂଗ୍ରହରେ ଆସିଥିଲେ। କାର୍ୟ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ବ୍ଲକ ଅତିରିକ୍ତ ବିଡ଼ିଓ ଅଭିପ୍ସା ସ୍ବାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୌରହରି ପରିଡ଼ା, ମିଶନଶକ୍ତି ସଭାନେତ୍ରୀ ସମସୁରା ବେଗମ୍ ଏବଂ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ କାର୍ୟ୍ୟକ୍ରମକୁ ବ୍ଲକ ପ୍ରକଳ୍ପ ପରିଚାଳକ ପ୍ରଦୀପ ସିଂହ ସଂଯୋଜନା ଓ ପରିଚାଳନା କରିଥିଲେ।
Popular Categories



