www.samajalive.in
Sunday, December 14, 2025
23.1 C
Bhubaneswar

ମହାନତା ଦେଖାଇଲା ଟିମ୍ ହ୍ୟୁମାନିଟି କନ୍ଧମାଳ

ଫୁଲବାଣୀ: ପୁଣିଥରେ ଟିମ୍ ହ୍ୟୁମାନିଟି କନ୍ଧମାଳ ନିଜର ମହାନତା ଦେଖାଇଛି। ସୂଚନା ପ୍ରକାରେ ଗତ ଜାନୁଆରୀ ୨୪ ତାରିଖ ଦିନ ଅନୁଗୋଳର ବଅଁରପାଳ ଠାରେ ଏକ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ। ମହିଳା ଜଣକ ପୁରୀ ଜିଲ୍ଲା ବାସୁଦେବ ପୁର ଅଞ୍ଚଳର କିନ୍ତୁ ବରଂପାଲ ଷ୍ଟେଟ ବ୍ୟାଙ୍କରେ ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ୟ୍ୟରତ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଦୁଇ ୟୁନିଟ ରକ୍ତର ଆବଶ୍ୟକ ପଡୁଥିବା ଜାଣି ପରିବାର ଲୋକେ ରକ୍ତ ଖୋଜିବାକୁ ଲାଗିଲେ। ବି ନେଗେଟିଭ ଭଳି ବିରଳ ରକ୍ତର ଆବଶ୍ୟକ ପଡ଼ୁଥିବାରୁ ପରିବାର ଚିନ୍ତାରେ ପଡ଼ି ଯାଇଥିଲେ। ଏହି ଖବର ଶୁଣି କୋୖଣସି ପ୍ରକାରେ ଭୁବନେଶ୍ବର ବଡଗଡ ଥାନାଧିକାରୀ ତୃପ୍ତି ରଞ୍ଜନ ନାୟକ ମହୋଦୟ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଭି.ଜଗନ୍ନାଥ ରାଜୁଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇବା ପରେ ଟିମ୍ ସଦସ୍ୟ ଜଗନ୍ନାଥ ରାଜୁ ଜିଲ୍ଲାର ସମସ୍ତ ଅଞ୍ଚଳର ରକ୍ତଦାତାଙ୍କ ସହ ଯୋଗାଯୋଗ କଲାପରେ ଉକ୍ତ ବ୍ଲଡ଼ ଗ୍ରୁପ ଥିବା ନିକଟସ୍ଥ ଫିରିଙ୍ଗିଆ ବ୍ଲକର ବ୍ରଜବନ୍ଧୁ ମଲ୍ଲିକ ଏବଂ ଫୁଲବାଣୀ ସହରର ଶିବପ୍ରସାଦ ପଣ୍ଡାଙ୍କୁ ଭେଟି ଏ ବିଷୟରେ ଜଣାଇଥିଲେ। ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ ଏବଂ ରବୀନ୍ଦ୍ର ମହାରଣା ମିଶି ଦୁଇ ରକ୍ତଦାତା ଡେରି ନ କରି ରୋଗୀଙ୍କ ଭାଇ ଜ୍ଞାନ ରଞ୍ଜନ ସାହୁଙ୍କୁ ଯୋଗାଯୋଗ କରି ଭୁବନେଶ୍ୱର ଆମ୍ରୀ ହସ୍ପିଟାଲରେ ପହଞ୍ଚି ଦୁଇ ୟୁନିଟ୍ ରକ୍ତ ଯୋଗାଇ ଦେଇ ସେହି ଅସହାୟ ମହିଳାଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories