ଫୁଲବାଣୀ: ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସଦସ୍ୟ ସାମାଜିକ ଅନୁଷ୍ଠାନର ଦି୍ୱତୀୟ ଧାଡି ନେତୃତ୍ୱର ସୁଯୋଗ ସମ୍ବନ୍ଧୀୟ ଏକ ଦିବସୀୟ କର୍ମଶାଳା ଧ୍ୱନି ଫାଉଣ୍ଡେସନ ଓ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ମିଳିତ ସହଯୋଗରେ ଜନ ବିକାଶ ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟର୍ନିବାହି ଅଧିକାରୀ ଗୋପିନାଥ କେ.ଏନ୍ ଅତିଥିଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସଂଯୋଜକ ମିହିର କୁମାର ମହାନ୍ତି ଓ ଗୋବିନ୍ଦ ଏସ. ରଞ୍ଜନ ପରିଚାଳନା କରିଥିଲେ।
ପି.ଏ.ଜି.ର ବରିଷ୍ଠ ସଦସ୍ୟ କୈଳାସ ଦଣ୍ଡପାଟ ପୌରହିତ କରିଥିଲେ। ଅନ୍ୟ ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କର୍ମଶାଳାର ଦିଗପ୍ରତି ଆଲୋକପାତ କରିଥିଲୋ ଫୁଲବାଣୀ ସ୍ବେଛାସେବୀ ମହାସଂଘ ଦୀର୍ଘ ୪୦ ବର୍ଷର ସ୍ଥିତି, ଅନୁଭୁତି, ଲୋକାଭିମୁଖି କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ପି.ଏ.ଜି.ର ଅଧକ୍ଷ ରାମ ଚନ୍ଦ୍ର ଦାସ ଓ ଆବାହକ ଇଂ ହରିଶଙ୍କର ରାଉତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା ବେଳେ ପ୍ରଦିପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।



