ଆଠଗଡ: ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଗରିବ ଶ୍ରେଣୀ ଲୋକଙ୍କୁ ଏଲଇଡି ବିଦ୍ୟୁତ ବଲବ୍ ବଣ୍ଟନ କରାଯାଇଛି। ଆଠଗଡ ବ୍ଲକ ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତର ଶିଳାପାଟ ଗ୍ରାମରେ ରବିବାର ବିକାଶ ମଞ୍ଚର ସଭାପତି ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଯୋଗଦେଇ ଏହି ଏଲଇଡି ବଲବ୍ ବଣ୍ଟନ କରିଥିଲେ। ଅଭାବୀ ତଥା ଗରିବ ଶ୍ରେଣୀ ଲୋକଙ୍କ ବିଦ୍ୟୁତ ଦେୟ କିପରି କମ୍ ହେବ ସେଥିପାଇଁ ଏହି ଏଲଇଡି ବ୍ଲକ୍ ବଣ୍ଟନ କରି ସେମାନଙ୍କୁ ସଚେତନ କରାଯାଉଛି ବୋଲି ଶ୍ରୀ ବସ୍ତିଆ କହିଥିଲେ। ଗ୍ରାମର ପୂର୍ବତନ ଓ୍ବାର୍ଡ ମେମ୍ବର ତ୍ରିଲୋଚନ ନାଏକ ଓ ଅନ୍ୟ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଗ୍ରାମର ସମସ୍ତ ପରିବାରକୁ ଏହି ଏଲଇଡି ବଲବ୍ ବଣ୍ଟନ କରାଯାଇଥିଲା।
Popular Categories



