www.samajalive.in
Saturday, December 6, 2025
17.1 C
Bhubaneswar

ଘର ଭିତରୁ ନାଗ ସାପ ଉଦ୍ଧାର

ଆଠଗଡ: ଆଠଗଡ ସହରର ବାଣୀକଣ୍ଠନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ବାଣୀକଣ୍ଠନଗରରେ ଭଡା ଘରେ ରହୁଥିବା ମନୋରଞ୍ଜନ ମହାନ୍ତିଙ୍କ ପିଲା ଅପରାହ୍ନରେ ଘର ଅଗଣାରେ ଖେଳୁଥିବା ବେଳେ ଏକ ୪ ଫୁଟ ଲମ୍ବର ନାଗ ସାପ ପଶି ଆସିଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକ ସ୍ନେକ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କୁମାର ପାତ୍ରଙ୍କୁ ସୂଚନା ଦେବା ପରେ ଶ୍ରୀ ପାତ୍ର ତୁରନ୍ତ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସେହିପରି ସମସରପୁର ପଞ୍ଚାୟତର ପ୍ରଭଞ୍ଜନ ସେଠୀଙ୍କ ଘରୁ ସାପ ଧରାଳି ଶ୍ରୀ ପାତ୍ର ଏକ ୫ ଫୁଟର ନାଗ ସାପ ଓ ଅନ୍ୟ ଏକ ଢମଣା ସାପ ଉଦ୍ଧାର କରିବା ପରେ ସାପଗୁଡିକୁ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ସୁରକ୍ଷିତ ଭାବେ ଛାଡିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories