www.samajalive.in
Saturday, December 6, 2025
15.1 C
Bhubaneswar

ଆଉଟ ସୋର୍ସିଙ୍ଗ ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା: ରାଉରକେଲା ମହାନଗର ନିଗମରେ କାର୍ଯ୍ୟରତ ଜଣେ ଆଉଟ ସୋର୍ସିଙ୍ଗ ମହିଳା କର୍ମଚାରୀଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା ଉଦ୍ୟମ ଆଲୋଡନ ସୃଷ୍ଟି କରିଛି । ମହିଳା କର୍ମଚାରୀ ପ୍ରଥମେ ଫେସବୁକ ରେ ଭାଇରାଲ କରି ନିଜ ଆତ୍ମହତ୍ୟା କରୁଥିବାର ସୂଚନା ଦେବା ପରେ ସେ କାର୍ଯ୍ୟ କରୁଥିବା ଷ୍ଟୋର ରୁମ କୁ କର୍ମଚାରୀମାନେ ଧାଇଁଥିଲେ । ନିଜ ଓଢଣୀକୁ ଫ୍ୟାନ ରେ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ମହିଳା କର୍ମଚାରୀଙ୍କ ନାମ ସରସ୍ବତୀ ସାମନ୍ତ ରାୟ । ମହାନଗର ନିଗମରେ ଏନଏମଆର ଭାବେ କାର୍ଯ୍ୟ କରୁ ଥିବା ତାଙ୍କ ସ୍ୱାମୀ ଲଡ଼ୁ କିଶୋର ଡିଉଟିରେ ଥିବା ବେଳେ ପ୍ରାଣ ହରାଇଥିଲେ । ପରେ ସେ ଆଉଟ ସୋର୍ସିଙ୍ଗ କର୍ମଚାରୀ ଭାବେ କାମ ପାଇଥିଲେ । ମାତ୍ର ୬ ହଜାର ଟଙ୍କାରେ ଘର ଚଳୁ ନଥିବାରୁ ଗୋଟିଏ ସରକାରୀ ଘର, ଅଧିକ ଦରମା ଦାବି କରିବା ସହିତ ସ୍ୱାମୀ ଡିଉଟିରେ ପ୍ରାଣ ହରାଉଥିବାରୁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ପାଇଁ କର୍ତ୍ତୃପକ୍ଷ ଙ୍କୁ ଗୁହାରି କରି ଆସୁଥିଲେ ବୋଲି କୁହାଯାଉଛି ।

ଶ୍ରାବଣର ୩ୟ ସୋମବାରରେ ଗ୍ରହଙ୍କ ଦୁର୍ଳ୍ଲଭ ସଂଯୋଗ.. ପୁଣି ରାଜଯୋଗ; ଏହି ରାଶି ହେବେ ମାଲାମାଲ୍‌, ମିଳିବ ଏସବୁ ଖୁସି

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories