www.samajalive.in
Saturday, December 6, 2025
14.1 C
Bhubaneswar

ସରକାରୀ ଜମି ଜବରଦଖଲ, ଏନଏସି ପକ୍ଷରୁ ନୋଟିସ ଜାରି

ଗୋପାଳପୁର: ଗୋପାଳପୁର ଏନଏସିର ବିଭିନ୍ନ ଓ୍ବାର୍ଡରେ ରହିଥିବା ବିଭିନ୍ନ ସରକାରୀ ଜାଗା ଲୋକେ ମନଇଚ୍ଛା ଜବର ଦଖଲ ରେ ରଖିଥିବା ଜଣାପଡିଛି। ସ୍ଥାନୀୟ ଏନଏସି କଲୋନୀ ନିକଟରେ ଥିବା ଏନଏସି ସରକାରୀ ଜାଗାରେ କିଛି ଲୋକେ ପକ୍କା ଘର ଓ ଫାଉଣ୍ଡେସନ ନିର୍ମାଣ କରି ଜବର ଦଖଲ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପ୍ରକାରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ, ଯନ୍ତ୍ରୀ ମନୋଜିତା ରଥ, ସିଓ ସାଗରିକା ବିଷୋୟୀଙ୍କ ସମେତ ଏନ ଏ ସି କର୍ମଚାରୀ ସେଠାରେ ପହଞ୍ଚି ତଦାରଖ କରିବା ସହ ନିର୍ମାଣ ଚାଲିଥିବା ଘର କାମକୁ ତୁରନ୍ତ ବନ୍ଦ କରିବାକୁ କହିଥିଲେ। ଏ ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ଏନଏସି କଲୋନୀ ନିକଟରେ କିଛି ବାସିନ୍ଧା ସରକାର ଜାଗାରେ ନିଜ ମନଇଚ୍ଛା ଜମି ଜବରଦଖଲ କରି ଘର ନିର୍ମାଣ କରୁଥିବା ଖବର ପାଇଁ ତୁରନ୍ତ ସେଠାରେ ପହଞ୍ଚି ତଦାରଖ କରିଥିଲୁ। ସେମାନଙ୍କ ନିକଟରେ ଘର ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ କୌଣସି ଅନୁମତି ପ୍ରଦାନ ହୋଇ ନ ଥିବା ବେଳେ ସ୍ଥାନୀୟ ପ୍ରଶାସନକୁ କିଛି ନ ଜଣାଇ ଘର ନିର୍ମାଣ କରିଥିବାରୁ ଏମାନଙ୍କୁ ନୋଟିସ ଜାରି ହୋଇଛି। ସେମାନେ ଯଦି ଏହାକୁ ଅବମାନନା କରିବେ ତାହା ହେଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories