ଫୁଲବାଣୀ: ଓଡ଼ିଶା ରାଜ୍ୟ ଅମଲା ସଂଘର ନିଷ୍ପତି ପ୍ରକାରେ କନ୍ଧମାଳ ଅମଲା ସଂଘ ମଧ୍ୟ ୧୦ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନି ଦେଇଛନ୍ତି। ପୂର୍ବରୁ ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଦର୍ଶାଯାଇଥିଲେ ମଧ୍ୟ କୌଣସି ପ୍ରକାର ଦାବି ପ୍ରତି ସରକାର କର୍ଣ୍ଣପାତ କରୁନଥିବା ବେଳେ ଏହାର ପ୍ରତିବାଦରେ ଆଜି ଠାରୁ ଅମଲା ସଂଘର କର୍ମଚାରୀ ମାନେ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟ କରୁଥିବା ବେଳେ ଆସନ୍ତା ୧୧ ତାରିଖ ସୁଦ୍ଧା ଦାବି ପ୍ରତି ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନକରନ୍ତି ତାହାହେଲେ ଆସନ୍ତା ୧୪ ତାରିଖରୁ କଲମଛାଡ଼ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଜିଲା ଶାଖାର ଉପଦେଷ୍ଟା ଗଣେଷ ନାୟକ, ବିନୋଦ ମହାନ୍ତି, ଗୀତାଞ୍ଜଳୀ ବେହେରା, ମମତା ବେହେରା, ମନ୍ଦାକିନୀ ଦିଗାଲ, ଶିବ ପ୍ରସାଦ ମେହେରା ପ୍ରମୁଖ ଏକ ପ୍ରେସ ବାର୍ତାରେ ପ୍ରକାଶ କରିଛନ୍ତି। ଆଜି କଳାବ୍ୟାଜ୍ ପରିଧାନ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋପ ପ୍ରଦର୍ଶନ କରିଥିଲେ।
Popular Categories



