ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟ ସଭାପତି ଭାବେ ଜଳନ୍ଧର ନାଏକ ମନୋନୀତ ହେଇଛନ୍ତି। ଥୁଆମୂଳ ରାମପୁର ଭଳି ଏକ ଦୁର୍ଗମ ଅଞ୍ଚଳରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ନାଏକ ଅତୀତରେ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ତଥା ଥୁଆମୂଳ ରାମପୁର ବ୍ଲକ୍ କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ତୁଲାଇଛନ୍ତି। କଂଗ୍ରେସ କର୍ମୀମାନେ ଶ୍ରୀ ନାଏକଙ୍କୁ ଏକ ଶୋଭାଯାତ୍ରାରେ ଜିଲା କଂଗ୍ରେସ କାର୍ଯ୍ୟାଳୟକୁ ନେଇ ସେଠାରେ ସମ୍ବର୍ଦ୍ଧନା ଦେଇଥିଲେ।
ଯୁବ ନେତା ମହମ୍ମଦ୍ ସାହେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ପ୍ରୀତମ ବେହେରା, ସୁବାଷ ପ୍ରଧାନ, ବ୍ରଜ ସାହୁ, ନିମାଞ୍ଚଳ ନାଏକ ପ୍ରମୁଖ ତାଙ୍କୁ ସ୍ବାଗତ କରି ତାଙ୍କ ନେତୃତ୍ଵରେ ଜିଲା ରେ ଦଳକୁ ଅଧିକ ମଜବୁତ୍ ହେବ ବୋଲି ଆଶା ପ୍ରକାଶ କରିଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ନାଏକ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ନୂଆ ଦାୟିତ୍ୱ ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।



