ସମ୍ବଲପୁର: ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୧୦୫ କିଗ୍ରା ଗଞ୍ଜେଇ ଓ ଏକ ଦାମୀକିଆ କାର ଜବତ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ପକ୍ଷରୁ ଜାରି ସୁଚନା ଅନୁଯାୟୀ, ବେଆଇନ ନିଶା କାରବାର ରୋକିବା ପାଇଁ ଅଇଁଠାପାଲି ଥାନା ଅନ୍ତର୍ଗତ ସିଂହପାଲି ଅଞ୍ଚଳରେ ଚେକିଂ କରାଯାଉଥିଲା। ସେହି ସମୟରେ ଝାରଖଣ୍ଡ ରାଜ୍ୟରେ ପଞ୍ଜିକୃତ ଏକ ଦାମୀକିଆ କାରକୁ ସନ୍ଦିଗ୍ଧ ଆଧାରରେ ଅଟକାଇ ଯାଞ୍ଚ କରାଯାଇଥିଲା। କାରକୁ ଯାଞ୍ଚ ସମୟରେ ଉକ୍ତ ଗାଡିରୁ ୫ଟି ଜରି ବସ୍ତାରେ ୧୦୫ କିଗ୍ରା ଅବୈଧ୍ୟ ଗଞ୍ଜେଇ ମିଳିଥିଲା।
ଗଞ୍ଜେଇ ଚୋରାରେ ଅଧିକ ଲାଭ ଆଶାରେ ଓଡ଼ିଶା ରାଜ୍ୟରୁ ଝାରଖଣ୍ଡ ରାଜ୍ୟକୁ ଚାଲାଣ କରାଯାଉଥିଲା। ଏଣୁ ଏକ ମାମଲା ରୁଜୁ କରି ଗାଡି ଚାଳକ ତଥା ଚାଲାଣକାରୀ ଝାରଖଣ୍ଡ ରାଜ୍ୟ ଧାନବାଦ ଜିଲା ନିବାସୀ ରାକେଶ କୁମାର ଗୋପେ (୩୭) କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି।



