www.samajalive.in
Saturday, December 6, 2025
14.1 C
Bhubaneswar

ଅଧପନ୍ତରିଆରେ ଅତିରିକ୍ତ କୋଠା, ଛାତ୍ରଛାତ୍ରୀ ହନ୍ତସନ୍ତ

ଗୋପାଳପୁର: ଗୋପାଳପୁର ମହାବିଦ୍ୟାଳୟ ପରିସରରେ ରୁଷା ଅନୁଦାନରୁ ନିର୍ମାଣ ଚାଲିଥିବା ଅତିରିକ୍ତ କୋଠାର ନିର୍ମାଣ କାମ ଗତ ୩ ବର୍ଷ ହେବ ସରୁନଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ୨୦୧୮ ମସିହାରେ ରୁଷା ପାଣ୍ଠିରୁ ଗୋପାଳପୁର କଲେଜରେ ଅତିରିକ୍ତ କୋଠା ନିମନ୍ତେ ଖଲ୍ଲିକୋଟ କ୍ଲଷ୍ଟର ପକ୍ଷରୁ ୨ କୋଟି ୧୯ ଲକ୍ଷ ୪୮ ହଜାର ୭୫୦ ଟଙ୍କା ମଞ୍ଜୁର ହୋଇଥିଲା। ଏହି ଅନୁଦାନରେ ୭ଟି ବିଶିଷ୍ଟ କୋଠାରେ ଗୋଟିଏ କମ୍ପ୍ୟୁଟର ଲ୍ୟାବ, ୩ଟି ସ୍ମାର୍ଟ କ୍ଲାସ ରୁମ ଓ ୩ଟି ଆର୍ଟ୍ସ ବ୍ଲକ ପାଇଁ ଅନୁଦାନ ମିଳିଥିଲା। ଏହି କାମକୁ ଆର.ଡ଼ି ଡିଭିଜନ ୨କୁ ଦାୟିତ୍ୱ ପ୍ରଦାନ ହୋଇଥିଲା।

କୋଠା ନିର୍ମାଣ ନିମନ୍ତେ ଆର ଡି ବିଭାଗକୁ ଗତ ୨୬/୮/୨୦୧୯ରେ ଶତକଡା ୫୦ ଭାଗ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। କିନ୍ତୁ ପ୍ରାୟ ୧୦ ମାସ ପରେ ୧/୭/୨୦୨୦ରେ ସମସ୍ତ ଟଙ୍କା କଲେଜକୁ ଫେରସ୍ତ ହୋଇଯାଇଥିଲା। ସରକାରଙ୍କ ଅନୁମତି କ୍ରମେ ୨୦୨୧ ମସିହାରେ ପୁଣି ଏସ୍ଟିମେଟ କରି ୨ କୋଟି ୩୯ ଲକ୍ଷ ୩୭ ହଜାର ଟଙ୍କାକୁ ଚୂଡାନ୍ତ ହୋଇଥିଲା। ପୂର୍ବରୁ ହୋଇଥିବା ଆର୍ଥିକ ଚୂଡାନ୍ତରୁ ପ୍ରାୟ ୩୪ ଲକ୍ଷ ବର୍ଦ୍ଧିତ ହୋଇଥିଲେ ମଧ୍ୟ କଲେଜ ପକ୍ଷରୁ ବିଭାଗକୁ ଗତ ୧୧/୧୧/୨୦୨୧ରେ ପୁରା ଟଙ୍କା ପୈଠ ହୋଇଥିଲା। ୨୦୨୨ ମସିହାରେ କୋଠା କାମ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ପ୍ରାୟ ଶତକଡା ୯୦ ଭାଗ କାମ ସରିଥିଲେ ମଧ୍ୟ ବଳକା ଶତକଡା ୧୦ ଭାଗ କାମ ସରି ନଥିବାରୁ ଏବେ କୋଠା କାମ ଅଧପନ୍ତରିଆରେ ପଡ଼ିରହିଛି। ଡ୍ରେନ, କରେଣ୍ଟ, ଶୌଚାଳୟ, ଗାର୍ଡ ୱାଲ ଆଦି କାମକୁ ଆର.ଡ଼ି ବିଭାଗ ପକ୍ଷରୁ ସରକାରଙ୍କୁ ଡେଭିଏସନ ପାଇଁ ଚିଠି କରିଥିଲେ ମଧ୍ୟ ଏହାର ସ୍ୱୀକୃତି ମିଳି ନଥିବାରୁ କାମ ବନ୍ଦ ରହିଥିବା ଜଣାପଡିଛି। ସରକାର ଏବଂ ଆର.ଡ଼ି ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କାମ ସାରିଲେ ଏହି କୋଠାରେ ଯୁକ୍ତ ୩ ଏବଂ ପିଜି ବିଭାଗ ଛାତ୍ର,ଛାତ୍ରୀ ମାନେ ପାଠପଢ଼ା ସୁଯୋଗ ପାଇଁ ପାରିବେ। ଏ ନେଇ କଲେଜ ଅଧକ୍ଷ ଡ଼.ରାମ ପ୍ରସାଦ ପଣ୍ଡାଙ୍କ ସହ ଯୋଗାଯୋଗ ବେଳେ ପ୍ରାୟ ୩ ବର୍ଷ ହେଲା କୋଠା କାମ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ସୁଧା ଆମକୁ ହସ୍ତାନ୍ତର ହୋଇନାହିଁ।

- Advertisement -

ଏ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଦୃଷ୍ଟି ଆକର୍ଷଣ କରାଯିବା ପରେ ମନ୍ତ୍ରୀ ବିଭାଗକୁ ମଧ୍ୟ ଅବଗତ କରିଥିବା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories