ଗୋପାଳପୁର: ଗୋପାଳପୁର ସହରରେ ଏବେ ହାତଗଣତି ୨/୩ ଟି ପୋଖରୀ ରହିଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣ ନିମନ୍ତେ ଗତ ୨୩-୨୪ ଆର୍ଥିକ ବର୍ଷରେ ମୁକ୍ତା ଯୋଜନାରେ ଲକ୍ଷାଧିକ ଟଙ୍କା ବିନିଯୋଗ କରାଯାଇ ଥିଲା। ସେହି ସମୟରେ ପୋଖରୀ ଚାରି କଡର ପୁନରୁଦ୍ଧାର କରାଯିବା ସହ ପଥର ପ୍ୟାକିଂ, ଚାରିଆଡ଼େ ଫ୍ଲେବର ବ୍ଲକ ବିଛାଯାଇଥିବା ସହ ପୋଖରୀ ହୁଡ଼ା ମାନଙ୍କରେ ସୁନ୍ଦର ଗଛ ଲଗା ଯାଇଥିଲା।
ଏହା ମଧ୍ୟରେ କେବଳ ଏକ ବର୍ଷ ବିତିଥିବା ବେଳେ ପୋଖରୀ ହୁଡ଼ାରେ ଲାଗିଥିବା ଗଛି ଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ ସେଠାରେ ଅନାବନା ଘାସ ଓ ଗଛ ଉଠିଛି। ପରିସ୍ଥିତି ଏପରି ହୋଇଛି ଏହି ଅନାବନା ଗଛ ଲଟା ଗୁଡ଼ିକୁ ସଫା କରାଯାଉନଥିବାରୁ ପୋଖରୀ ପରିସରକୁ ଯାଆସ କରିବାରେ ଅସୁବିଧା ପରିଲିକ୍ଷିତ ହେଉଛି। ଏହା ସହ ଚାରିଆଡ଼େ ପଥର ପେକିଂ କାମ ନିମ୍ନମାନର ହୋଇଥିବାରୁ ଏହା ମଧ୍ୟ ନଷ୍ଟ ହୋଇଯାଇଥିବା ଅଭିଯୋଗ ହେଉଛି।



