www.samajalive.in
Wednesday, December 10, 2025
26.1 C
Bhubaneswar

ମୃତ ଯୁବକଙ୍କ ଚକ୍ଷୁଦାନ କଲେ ପରିବାର

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମରେ ଜଣେ ଯୁବକଙ୍କ ଏକ ସଡ଼କ ଦୁର୍ଘଟଣାରେ ମୁତ୍ୟୁ ଘଟିଥିଲା। ଉକ୍ତ ଯୁବକଙ୍କ ଚକ୍ଷୁ ଦାନ କରାଯାଇଥିବା ଜଣାପଡିଛି। ଚକ୍ଷୁଦାନ କରାଯାଇଥିବା ମୃତକ ଯୁବକ ଜଣଙ୍କ ହେଲେ ସ୍ବର୍ଗତ ଲଲାଟେନ୍ଦୁ ନାୟକଙ୍କ ପୁତ୍ର ଜିତିନ କୁମାର ନାୟକ (ସିଲୁ), ବୟସ-୨୬। କିଛି ଦିନ ତଳେ ରମ୍ଭା ବାଇପାସରେ ରାତ୍ର ସମୟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱର ସ୍ଥିତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ତାଙ୍କର ମୃତ୍ୟୁ ଖବର ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। କ୍ୟାପିଟେଲ ହସ୍ପିଟାଲରେ ଶବ ବ୍ୟବଛେଦ ସମୟରେ ପରିବାର ପକ୍ଷରୁ ତାଙ୍କର ଦୁଇଗୋଟି ଚକ୍ଷୁଦାନ କରାଯାଇଥିଲା।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories