www.samajalive.in
Saturday, December 13, 2025
27.1 C
Bhubaneswar

ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା

କଲ୍ୟାଣସିଂହପୁର: ଗ୍ରୀଷ୍ମପ୍ରବାହ  ଯେତେ ବଢ଼ିବାରେ ଲାଗିଛି ପିଇବା ପାଣି ର ସମସ୍ୟା ସେତେ ଉତ୍କଟ ହେବାରେ ଲାଗିଛି ଏ ଚିତ୍ର ହୋଉଛି କେଶବନାଇଗୁଡା ନୂଆ ସାହିର ଦୃଶ୍ୟ। ଏ କୋୖଣସି ଉପାନ୍ତ ଅଞ୍ଚଳ ନୁହେଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସଦର ପଞ୍ଚାୟତର କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୨  କିମି ଦୂର ବାଟରେ କେଶବନାଇଗୁଡା ଗାଁ । ସେହିଠାକୁ  କୋୖଣସି ପ୍ରଶାସନିକ ଅଧିକାରୀ ପହଞ୍ଚିବା ପାଇଁ ମାତ୍ର ୧୦ ମିନିଟର ବାଟ କିନ୍ତୁ ପ୍ରଶାସନର ଅବହେଳାର ଶିକାର ହେଉଛନ୍ତି ଗାଁ ଲୋକେ। ଗାଁ ଲୋକ ଙ୍କୁ ପିଇବା ପାଣି ଅଛି ଗୋଟିଏ ମାତ୍ର ନଳ କୂପ ତାହା ଏବେ ଅଚଳ। ଏଣୁ ନାଳରେ ଚୁଆଁ ପାଣି ବ୍ୟବହାର କରିବାକୁ  ବାଧ୍ୟ ହୋଉଛନ୍ତି। ଚୁଆଁ ପାଣି ଆଣିବାକୁ ହେଲେ ଦୀର୍ଘ ଏକ କିଲୋମିଟର ମାଟି ପଥୁରିଆ ରାସ୍ତା ଦେଇ ପାଣି ଆଣିବାକୁ ପଡ଼ିଥାଏ , ଅନ୍ୟ କୌଣସି ବିକଳ୍ପ ନ ଥିବାରୁ  ଲୋକ ବାଧ୍ୟ ହୋଇ ନିକଟସ୍ଥ ନାଳରେ ଚୁଆଁ ଖୋଲି  ପାଣି ବ୍ୟବହାର କରୁଛନ୍ତି।
ଯଥାଶିଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ନ କରାଯାଏ ତାହା ହେଲେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଳି କୁହାଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories