ଆଠଗଡ: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଆଠଗଡ ବ୍ଲକରେ ଚଳିତବର୍ଷର ମାଟ୍ରିକ ଫଳାଫଳ ବେଶ ଉତ୍ସାହଜନକ ହୋଇଥିଲେ ମଧ୍ଯ ଏ୧ ଗ୍ରେଡରେ ଆଶାନୁରୂପ ସଫଳତା ମିଳିନାହିଁ । ବ୍ଲକରେ ମୋଟ ୩୫ ବିଦ୍ୟାଳୟରୁ ମାତ୍ର ୯ ଜଣ ଏ୧ ଗ୍ରେଡ ହାସଲ କରିଛନ୍ତି । ଏହି ୩୫ ଟି ବିଦ୍ୟାଳୟର ମୋଟ ୧୯୨୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ୧୮୫୧ କୃତକାର୍ଯ୍ୟ ହୋଇଥିବାବେଳେ ୫୭ ଜଣ ଫେଲ ହୋଇଛନ୍ତି ଏବଂ ୧୪ ଜଣ ଅନୁପସ୍ଥିତ ରହିଥିଲେ । ସଫଳତା ହାର ୯୬ ପ୍ରତିଶତ ରହିଛି । ସଫଳତା ହାସଲ କରିଥିବା ବିଦ୍ୟାର୍ଥୀଙ୍କ ମଧ୍ଯରୁ ଏ୧ ଗ୍ରେଡରେ ୯ଜଣ, ଏ୨ ଗ୍ରେଡରେ ୫୫, ବି୧ ଗ୍ରେଡରେ ୧୬୩, ବି୨ ରେ ୩୯୦, ସି ଗ୍ରେଡରେ ୫୧୫ଜଣ, ଡି ଗ୍ରେଡ ୪୫୯ ଜଣ, ଇ ଗ୍ରେଡରେ ୨୬୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଗୋପୀନାଥପୁରସ୍ଥିତ ଉତ୍କଳମଣି ବିଦ୍ୟାପୀଠରେ ପରୀକ୍ଷା ଦେଇଥିବା ବାଣୀକଣ୍ଠନଗର ସରସ୍ଵତୀ ଶିଶୁମନ୍ଦିରର ଛାତ୍ରୀ ସ୍ଵର୍ଣ୍ଣ ମଞ୍ଜରୀ ସାମନ୍ତରାୟ ସର୍ବାଧିକ ୫୭୭ ନମ୍ବର ରଖି ବ୍ଲକରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି । ଭବିଷ୍ୟତରେ ଏରୋନଟିକ୍ସ ଇଂଜିନିୟର ହେବା ସହିତ ଗବେଷଣା କରି ଏରୋସ୍ପେଶ ବୈଜ୍ଞାନିକ ହେବାର ଲକ୍ଷ ରଖିଥିବା ସ୍ଵର୍ଣ୍ଣ ମଞ୍ଜରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ବ୍ଲକରେ ଏ୧ ଗ୍ରେଡରେ ଅନ୍ଯ ଛାତ୍ରଛାତ୍ରୀ ହେଲେ ବିଶ୍ଵନାଥ ବିଦ୍ୟାପୀଠର ଆର୍ଯ୍ୟ ଅର୍ପିତ ମହାପାତ୍ର(୫୫୮), ସଂସ୍କାର ସୌମ୍ୟରଞ୍ଜନ ସାହୁ(୫୪୯), ଆଠଗଡ ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ଆସ୍ଥା ପଦ୍ମା ପଣ୍ଡା(୫୪୮), ଜାଗିଆପଡା ପ୍ରକଳ୍ପ ହାଇସ୍କୁଲର ଛାତ୍ରୀ ମୋନାଲି ବାରିକ(୫୪୮), ଘଣ୍ଟିଖାଲ ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ଶ୍ରାବଣୀ ଦାସ(୫୪୭), ବେଣ୍ଟପଦା ହାଇସ୍କୁଲର ଛାତ୍ରୀ ପ୍ରିୟଙ୍କା ଓଝା(୫୪୫), ବିଶ୍ଵନାଥ ବିଦ୍ୟାପୀଠର ଛାତ୍ର ସତ୍ୟଜିତ ମହାରଣା(୫୪୦) ଏବଂ ଗୋପୀନାଥପୁର ଉତ୍କଳମଣି ବିଦ୍ୟାପୀଠର ଛାତ୍ର ଭାରବୀ କୁମାର ମିଶ୍ର(୫୪୦) । ସେହିପରି ଚଳିତବର୍ଷ ଆଠଗଡ ବ୍ଲକର ୧୧ଟି ହାଇସ୍କୁଲରେ ମାଟ୍ରିକ ଫଳାଫଳ ଶତ ପ୍ରତିଶତ ହୋଇଛି । ସେଗୁଡିକ ହେଲା କୁମାରପୁର ହାଇସ୍କୁଲ, କଣ୍ଡରେଇର ଶ୍ୟାମସୁନ୍ଦର ବିଦ୍ୟାପୀଠ, ମାଧବପୁରସ୍ଥିତ ସରକାରୀ ବାଳିକା ହାଇସ୍କୁଲ, ଅରଖପାଟଣାର ଲୋକନାଥ ବିଦ୍ୟାପୀଠ, ଜେନାପଦା ନୋଡାଲ ହାଇସ୍କୁଲ, ଗୋବରା ହାଇସ୍କୁଲ, ଗୁରୁଡିଝାଟିଆ ନୋଡାଲ ହାଇସ୍କୁଲ, ଧୁରୁଷିଆର ପଞ୍ଚାୟତ ହାଇସ୍କୁଲ, ତରଡିଙ୍ଗର ଶ୍ରୀ ଶ୍ରୀ କପିଳେଶ୍ଵର ମହାଦେବ ବିଦ୍ୟାପୀଠ, ସରକିରୀ ଧାଇପୁର ହାଇସ୍କୁଲ ଏବଂ ସରକାରୀ ଡାଳଭାଗ ହାଇସ୍କୁଲ ବୋଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ସୂତ୍ରରୁ ପ୍ରକାଶ ।



