ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଅନ୍ତର୍ଗତ ବରହାମୁଣ୍ଡା ଦେଇ ବେଆଇନ ଚୋରା ବାଲି ଚାଲାଣ ହେଉଥିବା ବେଳେ ପୁଣି ଏକ ବାଲି ବୋଝେଇ ଦଶ ଚକିଆ ହାଇୱାକୁ ଜବତ କରିବା ସହ ଭେଡେନ ଥାନା ଅମିଲିପାଲି ସୁଶିଲ ଦଂସେନା (୩୯)କୁ ଅଟକ ରଖି ପଚରା ଉଚରା ଜାରି ରଖିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ନିକଟସ୍ଥ ଝାଉଁ ଜୋର୍, ଜିରା ନଦୀ, ଜିରା ମହାନଦୀ , ଦନ୍ତା ନଦୀ, କୁଲେର ଜୋର୍ ଆଦିରୁ ବାଲି ଚୋରା ଚାଲାଣ ପ୍ରତିଦିନ ଚାଲିଛି। ଗତ ଗୋଟିଏ ମାସ ମଧ୍ୟରେ ପୋଲିସ ଅନେକ ଚୋରା ବାଲି ଗାଡ଼ିକୁ ଜବତ ମଧ୍ୟ କରିଛି।
Popular Categories



